ଗଞ୍ଜାମରେ ପରିତ୍ୟକ୍ତ ପାରାଭାଡ଼ି ଗମ୍ଭୁଜ କୁ ଐତିହାସିକ ସ୍ମାରକି କରିବାନେଇ ସ୍ୱରଉଠିଲା

ଗଂଜାମ, (ବିନୋଦ ପଲାଇ):ଗଂଜାମ ସହରର ଋଷିକୂଲ୍ୟା ମୁହାଣ ନିକଟରେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା ପରାଭାଡ଼ି ,ଗମ୍ଭୁଜକୁ ଐତିହାସିକ ସ୍ମାରକୀ କରିବା ନେଇ ସ୍ୱର ଉଠିଛି। ଏନେଇ ଗଂଜାମ ମିଡିଆ ହାଉସର ସଭାପତି ତଥା ଭରସା ର ସମ୍ପାଦକ ଦୂର୍ଗାମାଧଵ ପାଣିଗ୍ରାହୀ ଜିଲାପାଳଙ୍କୁ ଲିଖିତ ଭାବେ ଅଵଗତ କରାଇଛନ୍ତି। ସ୍ଥାନୀୟ ବିଧାୟକ ଓ ପୁର୍ବତନ ଉପବାଚସ୍ପତି ଙ୍କୁ ମଧ୍ୟ ଏହାର ଏକ ନକଲ ପଠାଇଛନ୍ତି। ସେମାନେ ଦର୍ଶାଇଛନ୍ତି ଯେ ଗଞ୍ଜାମ ସହରର ଋଷିକୂଲ୍ୟା ମୁହାଣ , ଐତିହାସିକ ପୋତାଗଡ଼ ଓ ଜାତୀୟ ରାଜପଥ (୧୬) ତଟଦେଶରେ ରହିଥିବା ଏହି ପରାଭାଡ଼ିର ଐତିହାସିକ କିମ୍ବଦନ୍ତୀ ରହିଛି। ଐତିହାସିକ ଗବେଷକ ଡଃ.ଅନନ୍ତରାମକର କୈାଣ୍ଡିନ୍ଯ କହିବା ଅନୁଯାୟୀ
ଇତିହାସ ର ଗନ୍ତାଘର ହେଉଛି ଗଞ୍ଜାମ। ଗଞ୍ଜାମ ଜିଲ୍ଲାର ଇତିହାସ ରେ ଆଜି ମଧ୍ୟ ରହିଛି ଅନେକ ଅନାବିଷ୍କୃତ ପ୍ରସଙ୍ଗ। ପାଞ୍ଚ ଶହ କି ତିନି ଶହ ବର୍ଷ ପୂର୍ବେ ଯେବେ,Postal, Telephone, Internet ନଥିଲା, ସେକାଳରେ ମଧ୍ୟ ଆମ ଲୋକମାନେ ତ୍ୱରିତ ଖବର ପ୍ରସାରଣ କରୁଥିଲେ। ସେ କାଳରେ ପାରା ସାହାଯ୍ୟରେ ଚିଠି ପତ୍ର ପ୍ରେରଣ କରା ଯାଉଥିଲା।ପୂର୍ବ ଭାରତ ର ପ୍ରମୁଖ ପାରା ସେବା କେନ୍ଦ୍ର ଥିଲା -ଗଞ୍ଜା -ସହର।୧୬୦୪ ମସିହାରେ ଗଞ୍ଜାମ ହାଇଦ୍ରାବାଦ ନିଜାମ ଙ୍କ ଅଧିନ କୁ ଚାଲିଗଲା, ସେକାଳରେ ଗୋଲକୁଣ୍ଡା ପ୍ରଶାସନ ପାରା ଡାକ ସେବା ଗଞ୍ଜାମ ଜିଲ୍ଲାରେ ଆରମ୍ଭ କରିଥିଲେ।୧୭୭୦ ବେଳେ ଗଞ୍ଜାମ ଇଂରାଜୀ ଅଧିନ କୁ ଗଲା, ଇଂରାଜୀ ମାନେ ମଧ୍ୟ ପାରା ଡାକସେବା ଚାଲୁ ରଖିଥିଲେ। ଗଞ୍ଜାମ ରୁ ମାଡ୍ରାସ,୧୦୭୫ କି.ମି ଦୂର କୁ ଖବର ପ୍ରେରଣ ପାଇଁ ପାରା ମାନେ ନିଯୁକ୍ତ ଥିଲେ।ଗଞ୍ଜାମ ସହର ର ପୋତାଗଡ ନିକଟରେ ଆଜି ମଧ୍ୟ ପରିତ୍ୟକ୍ତ ହୋଇ ରହିଛି ଅତୀତ ସେହି ପାରା ଆଶ୍ରୟ ଘର -ପାରା ଭାଡି। ଯାହା ୪୦୦ ବର୍ଷ ର ଇତିହାସ ବହନ କରିଛି।ଏଠାକାର ପାରା ଭାଡି ଏକ 40 ଫୁଟ ଉଚ୍ଚତା ବିଶିଷ୍ଟ ଏକ ଗମ୍ବୁଜ, ଗମ୍ବୁଜ ଭିତରେ ୧୦୦୦ ରୁ ଉର୍ଦ୍ଧ୍ବ ପାରା ରହଣୀ ପାଇଁ ଘରା ବା ଖୋପ ଅଛି। ଏହି ପାରା ଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯାଇ ବାର୍ତ୍ତା ଆଦାନ ପ୍ରଦାନର କରା ଯାଉଥିଲା।ଏହି ପାରା ମାନେ ୧୫୦ ଗ୍ରାମ ଓଜନ ର ଚିଠିପତ୍ର ଧରି ନିର୍ଭୁଲ ଭାବରେ ୭୦୦ କି.ମି ଦୂର କୁ ଉଡି ଯାଇ ପାରୁଥିଲେ।ଏପରି କି ୧୯୭୦-୮୦ ମସିହା ପର୍ଯ୍ୟନ୍ତ ଅବିଭକ୍ତ ଗଞ୍ଜାମ ଜିଲ୍ଲାର ପାରଳାଖେମୁଣ୍ଡି, ଜି.ଉଦୟଗିରି,ସେରଙ୍ଗ, ରାଇକିଆ ଆଦି ଅଞ୍ଚଳ କୁ ପାରା ଡାକସେବା ଛତ୍ରପୁର ଠାରେ ଥିଲା, ଏହି ସେବା କୁ ପୋଲିସ ପାର କୁହା ଯାଉଥିଲା।ଇଂରାଜୀ ଅମଳ ରେ ପାରା ମାନେ ମାଡ୍ରାସ ରୁ ଚିଠି ପତ୍ର ଧରି ବିଶାଖାପାଟଣା ନିକଟସ୍ଥ ଏକ ସ୍ଥାନ Pigeon island କୁ ଆସି, ପୁନଶ୍ଚ ଗଞ୍ଜାମ, ଛତ୍ରପୁର ରେ ପହଞ୍ଚୁ ଥିଲେ। ଦ୍ଵିତୀୟ ବିଶ୍ଵଯୁଦ୍ଧ ବେଳେ ଗଞ୍ଜାମ ର ପାରା ଡାକସେବା ଛତ୍ରପୁର ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହିପରିପ୍ରେକ୍ଷୀରେ ଏହାର ସୁରକ୍ଷା କରାଯାଇପାରିଲେ ଆଜିର ପିଢ଼ି ଏହା ସଂପର୍କରେ ଜାଣିପାରିବାସହ ଏହାର ସୁରକ୍ଷା ମଧ୍ୟ ହୋଇପାରିଥାନ୍ତା । ତେଣୁ ଗଞ୍ଜାମ ସହର ଋଷିକୂଲ୍ୟା ମୁହାଣରେ ପରିତ୍ୟକ୍ତ ଏହି ପାରାଭାଡି, ଗମ୍ବୁଜ କୁ ଐତିହାସିକ ସ୍ମାରକୀ କରାଯାଉ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ