ଗଞ୍ଜାମରେ ପୁଣି ଜଣେ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ପୁଣି ଗଞ୍ଜାମ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରେ ସୂଚନା ଦିଆଯାଇଛି । ଗଞ୍ଜାମ ଜିଲ୍ଲାର ପୂର୍ବରୁ ଦୁଇଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ ବୃଦ୍ଧି ପାଇଛି। ସୂଚନାଥାଉ କି, ଗତକାଲି ଯାଜପୁରରୁ ୪ ଜଣ, ଭଦ୍ରକରୁ ୨ ଜଣ ଓ ସୁନ୍ଦରଗଡ଼ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗତକାଲି ସର୍ବାଧିକ ୩୫୩୫ ସାମ୍ପଲ୍‌ ପରୀକ୍ଷା ହୋଇଥିବାର ସୂଚନା ମିଳିଛି । ଏବେ ସୁଦ୍ଧା ରାଜ୍ୟରେ ୪୪ ହଜାର ୬୬୩ ସାମ୍ପଲ ଟେଷ୍ଟ ହୋଇଛି । ଏବେ ରାଜ୍ୟରେ ୧୦୯ଟି ଆକ୍ଟିଭ୍‌ କେସ୍‌ ଥିବାବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୬୦ ଜଣ । ଜଣକର ମୃତ୍ୟୁ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ