ଗଞ୍ଜାମରେ ବଡ଼ଧରଣ ଡକାୟତି ମାମଲାରେ ଆଠ ଗିରିଫ,ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର, ବାଇକ ଓ କାର ଜବତ

ଗଞ୍ଜାମ, (ବିନୋଦ ପଲେଇ): ଗଞ୍ଜାମ ଥାନା ଅନ୍ତର୍ଗତ କରପଡା ଗ୍ରାମରେ ଗତ ଜୁନ ମାସ ଏକ ତାରିଖ ଘଟିଥିବା ବଡ଼ ଧରଣର ଡକାୟତ ମାମଲା ଏବଂ ବରଦା ଗ୍ରାମରେ ଜୁନ ୨୮ ତାରିଖରେ ଘଟିଥିବ ଚୋରି ମାମଲାରେ ପୋଲିସ ପରଦାଫର୍ଶ କରିଛି। କରପଡା ଗ୍ରାମର ବୃଦବନ ଚର୍ଚ୍ଚି ଘରୁ ଜୁନ ଏକ ତାରିଖରେ ୨୧ ଭରି ସୁନା ଗହଣା, ୧୦ ଭରି ରୁପା, ନଗଦ ୧୦ ହଜାର ଟଙ୍କା ଡକାୟତି ହୋଇଥିଲା। କେଶ ନମ୍ବର ୯୧/୨୦୨୧ ରୁଜୁ ହୋଇଥିବା ବେଳେ , ବରାଦ ରେ ଜୁନ ୨୮ ତାରିଖରେ ଚୋରି ହୋଇଥିବା ବେଳେ କେଶ ନମ୍ବର ୧୧୨/୨୦୨୧ ରୁଜୁ ହୋଇଥିଲା ଗଞ୍ଜାମ ଥାନାରେ।। ଘଟଣା ସ୍ଥଳକୁ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ବ କାରିଥିଲେ । ଉକ୍ତ କେଶରେ ସମ୍ପୂର୍ଣ୍ଣ ଦାଇତ୍ୱ ଭାର ଗଞ୍ଜାମ ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁଙ୍କ ଉପରେ ନ୍ୟସ୍ତ କରିଥିଲେ ।ସହଯୋଗ କରିଥିଲେ ଛତ୍ରପୁର ଓ ଚମାଖଣ୍ଡି ଥାନା ପୋଲିସ। ମୁଣ୍ଡପୋତା ଓ ଏରଗୋଲା ସମ୍ପ୍ରଦାୟର କିଛି ବେକ୍ତିଙ୍କୁ ଗଞ୍ଜାମ ପୋଲିସ ଅଟକ ରଖ ଜେରା କରିଥିବା ବେଳେ , ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ଗତ କାଲି ଡକାୟତର ମାଷ୍ଟର ମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ କବିସୂର୍ଯ୍ୟ ନଗରର କୈବଲ୍ୟ ପାତ୍ର(୩୦) ଙ୍କୁ ପୋଲିସ କବଜା କୁ ଆଣିବା ପରେ ରାତ୍ରି ସାରା କବିସୂର୍ଯ୍ୟ ନଗର, ବାଣନଈ ,ଖଲ୍ଲିକୋଟ, ଭେଜିପୁଟ, ପୁରୁଷୋତ୍ତମପୁର, ଥାନାର ବହାଡ଼ା, ରମ୍ଭା ଥାନାର ପାଲଙ୍ଗ ଆଦି ସ୍ଥାନରେ ଚଢ଼ାଉ କରି ଆଠ ଜଣ ଆସାମୀଙ୍କୁ ଗିରିଫ କରିବାରେ ପୋଲିସ ସଫଳ ହୋଇଛି। ସେମାନେ ହେଲେ ତାର ସହ ଯୋଗୀ ବ୍ରହ୍ମପୁର ସଦର ଥାନାର କୃପାସିନ୍ଧୁ ଶାସନର ଆର.ଦିନେଶ( ୨୦),ଆର.ସନ୍ତୋଷ ( ୨୫), ଟି .ବାଙ୍ଗାରି(୩୦) ,ପୁରୋଷତମ ପୁର ଥାନାର ରାଜ ପୁର ଗ୍ରାମର ତଥା ଚୋରୀରେ ବ୍ୟବହାର କରାଯାଇଥିବା କାର ଡ୍ରାଇଭର ଶିକାରୀ (୨୦), ବ୍ରହ୍ମପୁର ସଦର ଥାନାର ଜଗତଦଳ ପୁରଗ୍ରାମର ତଥା ଚୋରି ସୁନା ରଖୁଥିବା ଏସ.ବିଜୟ (୬୦), ଏବଂ ଖଲ୍ଲିକୋଟ ଥାନା ଭେଣିପୁଟ ନୁଆ ସାହିର ବିଷ୍ଣୁ ସାହୁ, ଚୋରି ସକାଶେ କାର ଯୋଗାଉଥିବା କୋଦଳା ଥାନା ଅନ୍ତର୍ଗତ ଉସ୍ଥଳୀ ଗ୍ରାମର ସୁନା ଦୋକାନୀ ଭିକାରୀ ସାହୁ(୫୮), ଗିରିଫ ହୋଇଥିବା ବେଳେ ଭିକାରୀ ର ଭାଇ ଫେରାର ହୋଇଯାଇଛି। ଏମାଙ୍କ ଠାରୁ ୨୭୪ଗ୍ରାମ ସୁନା, ୯୯.୬ ରୁପା , ନଗଦ ୪୫୦୦ ଟଙ୍କା, ଚୋରି ପାଇଁ ବ୍ୟବହାର ହୋଇଥିବା କାର (0D07V8643 ) ଓ ବାଇକ( OD07K8780 ), ଲୁହା ଶାବଳ , ସ୍କ୍ରୁ ଡ୍ରାଇଭର ଜବତ ହୋଇଛି। ଏନେଇ ଆଜି ଗଞ୍ଜାମ ଥାନାରେ ଏକ ଖବର ଦାତା ସମ୍ମିଳନୀରେ ଛତ୍ରପୁର ଡିଏସପି( କ୍ରାଇମ ବ୍ରାଞ୍ଚ) ଶ୍ୟାମ ସୁନ୍ଦର ମହାପାତ୍ର , ଗଞ୍ଜାମ ଥାନାଅଧିକାରୀ ଶୁଭେନ୍ଦୁ କୁମାର ସାହୁ,ଛମାଖଣ୍ଡି ଠନଆଧିକାରୀ ସିତାଅଂଶୁ ଶେଖର ମାନ୍ଧାତା, କେଶର ତଦନ୍ତ ଅଧିକାରୀ ଅଜିତ କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ।କରପଡା ଡକାୟତି ଦିନ ଏମାନେ ରାମଚଣ୍ଡୀ ମନ୍ଦିର ତଳେ ଏକାଠି ହୋଇ ଯଲଖିଆ କରିଥିଲେ । ପରେ ବିଲବାଟେ ଯାଇ ଘରେ ପଶି ଚୋରି କରିଥିଲେ । ଚୋରି ସମୟରେ ବିଲ ମାଳେ ପ୍ରାୟ ଆଠଜଣ ଜଗିରହି ପରିସ୍ଥିତି ଉପରେ ନଜର ରଖିଥିଲେ । ଏମନେ ଯେଉଁଠି ଚୋରି କରନ୍ତି ଏପରି ଷ୍ଟାଇଲରେ ଚୋରି କରିବା ସହ ଚୋରି ସମୟରେ ଏ ଶାବଳ ଓ ସ୍କୃ ଡ୍ରାଇଭର ବ୍ୟବହାର କରନ୍ତି। ରାସ୍ତାରେ ନ ଯାଇ ବିଲମାଲେ ଯାଆନ୍ତି । ମୁଣ୍ଡ ପୋତା ଓ ଏରଗୋଲା ସମ୍ପ୍ରଦାୟର ଲୋକମାନେ ଦିନରେ ଛାଡୁ, ପଂହରା, ବିକ୍ର କରିବା ପାଇଁ ଗାଁ, ଗାଁ ବୁଲନ୍ତି , ଉକ୍ତ ସମୟରେ ଚୋରି କରିବା ପାଇଁ ଘର ଚିହ୍ନଟ କରିଥାନ୍ତି। ଏନେଇ ମାଷ୍ଟର ମାଇଣ୍ଡ କୈବଲ୍ୟ ଓ କୋଦଳାର ବଣିଆ ଙ୍କୁ ଅବଗତ କରାନ୍ତି । ପରେ ଯୋଜନ ପ୍ରସ୍ତୁତ ହେବା ସହ ସେମାଙ୍କୁ କାର ଓ ବାଇକ ଯୋଗାଇଥାନ୍ତି। ଆଉ କେଉଁ ଅଞ୍ଚଳରେ ଅପରାଧରେ ଜଡିତ ଅଛନ୍ତି ଓ ବିଭିନ୍ନ ଥାନାକୁ ଖବର ଦିଆଯାଇ ତର୍ଜମା କରାଯାଉଛି ବୋଲି ପୋଲିସ ଅଧିକାରୀ ମାନେ ସୁଚନା ଦେଇଛନ୍ତି। ଗଞ୍ଜାମ ଥାନା ଅଧିକାରୀ ଶୁଭେନ୍ଦୁ ସାହୁ ଦାଇତ୍ୱ ନେବା ପରେ ମାତ୍ର ତିନି ମାସରେ ପୋଲିସ ପାଇଁ ଦୁଇଟି ବଡ଼ ସଫଳତା ଗଞ୍ଜାମ ଜିଲ୍ଲାର ମୋଷ୍ଟ ୱାଣ୍ଟେଡ଼ ମିଟୁ ପ୍ରଧାନ ଓ ଡକାୟତି ମାମଲାରେ ଆଠ ଜଣଙ୍କୁ ଗିରିଫ କରିବା ଉଲ୍ଲେଖନିୟ ଘଟଣା । ଯାହା ଅସାମଜିକ ବେକ୍ତିବିଶେଷଙ୍କ ନିଦ ହଜାଇଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ