ଗଞ୍ଜାମରେ ବିଶ୍ୱ ଯକ୍ଷ୍ମା ଦିବସ ବିଶ୍ୱ ଯକ୍ଷ୍ମା ଦିବସ
ଗଂଜାମ, (ଯୁଗାବ୍ଦ ନ୍ୟୁଜ) :ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଗଞ୍ଜାମ ପ୍ରତି ବର୍ଷପରି ଏ ବର୍ଷ ମଧ୍ୟ ବିଶ୍ୱ ଯକ୍ଷ୍ମା ଦିବସ ତା 24/03/2022 ରିଖରେ ପାଳନ କରୁଛି | ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଉମାଶଙ୍କର ମିଶ୍ର ପ୍ରଦୀପ ପ୍ରଜ୍ବଳନ ପ୍ରଜ୍ଜ୍ୱଳନ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ | ଏହି ଉତ୍ସବରେ ଅନ୍ୟାନ୍ୟ ଅତିଥି ଯଥା – ଅଂଶ ଗ୍ରହଣ କରିଥିଲେ ଏ.ଏନ.ଏମ ସ୍କୁଲର ଛାତ୍ରୀ, ସ୍ୱାସ୍ଥ୍ୟର କର୍ମକର୍ତା, ଏନ.ଜି.ଓର କର୍ମକର୍ତ୍ତାମାନେ ଉପସ୍ଥିତଥିଲେ | ଏହି କାର୍ଯ୍ୟକ୍ରମରେ ଟିବିର ମୂଳତ୍ପ|ଟନ କରିବା ପାଇଁ ସମସ୍ତଙ୍କର ସହଯୋଗ କମନ କରିଥିଲେ | ଯକ୍ଷ୍ମା ଦିବସର ପାଳିତ ଅବସରରେ ଚାଳିତମାସ ମାର୍ଚ୍ଚ 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଏକ ସମ୍ଭାବ୍ୟ କାର୍ଯ୍ୟକ୍ରମ କୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମାଶଙ୍କର ମିଶ୍ର, ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡା. ଅବନୀ କୁମାର ପାତ୍ରଙ୍କ ନେତୃତ୍ୱରେ ପ୍ରତ୍ୟକ ବ୍ଲକ୍ ରେ ଜନସଚେତନତା କାର୍ଯ୍ୟକ୍ରମ ଯକ୍ଷ୍ମାରୋଗୀ ମାନଙ୍କ ଚିକିତ୍ସା ଏବଂ ନୀକ୍ଷୟ ପୋଷଣ ଯୋଜନା ମାଧ୍ୟମରେ ସରକାରଙ୍କ ସହାୟତାରେ ଅର୍ଥରାଶି ଯେପରି ସିଧାସଳଖ ଏବଂ ଠିକ ସମୟରେ ରୋଗୀଙ୍କ ପାଖରେ ପହଁଚିପାରିବ ସେ ବିଷୟରେ ଗୁରୁତ୍ୱ ଆରୋପ କରିଥିଲେ | ବ୍ଲକ ଚିକିତ୍ସା ଅଧିକାରୀଙ୍କ ନେତୃତ୍ୱରେ 23 ଗୋଟି ଦଳକୁ ଗଠନ କରାଯାଇଛି ଏବଂ ରୋଗୀମାନଙ୍କ ସେବା ଏବଂ ସାମାଜିକ ଘୃଣାଭାବ ବା ବାଛନ୍ଦ ଉପରେ କାର୍ଯ୍ୟ କରିବା ପାଇଁ ଉକ୍ତ ରୋଗୀ ସହାୟତା ଦଳକୁ ନିର୍ଦ୍ଧେଶ ଦିଆଯାଇଛି ତତ ସହିତ ଗୋଷ୍ଠୀକୁ ସାମିଲ କରାଇ ଜନସଚେତନତା ସୃଷ୍ଟି କରାଇବା ପାଇଁ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ ଏବଂ ଜାଗ୍ରତ କରାଇବାପାଇଁ ଜିଲ୍ଲା ତରଫରୁ ସମସ୍ତଙ୍କୁ ନିର୍ଦ୍ଧେଶ ଦିଆଯାଇଛି | ମାର୍ଚ୍ଚ 10 ରୁ 15 ତାରିଖ ମିଶନ ଭାବେ ଟିବି ରୋଗ ସଂସ୍ପର୍ଶରେ ଆସୁଥିବା ପରିବାରର ପ୍ରତ୍ୟେକ ସଦସ୍ୟ ମାନଙ୍କୁ isonizide 100mg ଏବଂ 300mg ବଟିକା ଛଅ ମାସର ଚିକିତ୍ସା ପ୍ରଦାନ କରିବା ପାଇଁ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ଏବଂ ଦଳ ଗଠନ କରି ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମାଶଙ୍କର ମିଶ୍ର ନିର୍ଦ୍ଧେଶ ପ୍ରଦାନ କରିଛନ୍ତି ଏବଂ ଉକ୍ତ କାର୍ଯ୍ୟ କିପରି ପ୍ରତ୍ୟେକ ସ୍ତରରେ ସୁପରିଚାଳନା କରାଯାଇ ଯକ୍ଷ୍ମା ମୁକ୍ତ ଜିଲ୍ଲା ଗଠନ କରାଯାଇପାରିବ ସେ ବିଷୟରେ ଆଲୋଚନା କରିଛନ୍ତି | ଆସନ୍ତା ମାର୍ଚ୍ଚ 25 ତାରିଖ ଠାରୁ 31 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବ୍ଲକ ଅଧୀନରେ ଥିବା ସମସ୍ତ ସହରାଂଚଳ ଓ ଗ୍ରାମାଞ୍ଚଳରେ ଟିବି ବିରୋଧରେ ସଚେତନତା ସୃଷ୍ଟି କରି ଏକ ଆନ୍ଦୋଳନାତ୍ମକ ଜନଜାଗରଣ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ନିର୍ଦ୍ଧେଶକ (ଟିବି) ସମସ୍ତ ଟିବି ସୁପରଭାଇଜର ମାନଙ୍କୁ ଏବଂ ଜିଲ୍ଲାରେ କାର୍ଯ୍ୟରତ ଥିବା ସମସ୍ତ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ଠାରୁ ଏହି ମିଶନ କୁ ତ୍ୱରାନ୍ୱିତ କରାଇବାପାଇଁ ସମସ୍ତଙ୍କ ସହଯୋଗ କାମନା କଲେ | ମିଶନର ଲକ୍ଷ୍ୟ ବିଷୟରେ ଜିଲ୍ଲା ପ୍ରକଳ୍ପ ସଂଯାଜକ (ଟିବି) ଶ୍ରୀଯୁକ୍ତ ବିଦେଶୀ ଜେନା ସମସ୍ତ ସ୍ୱାସ୍ଥ୍ୟକର୍ମୀ ମନକୁ ଦଳଗତ ଭାବେ କାର୍ଯ୍ୟକରିବା ସହିତ ସରକାରଙ୍କର ଲକ୍ଷ୍ୟ ଏବଂ ଯକ୍ଷ୍ମାର ନିରାକରଣ ଦିଗରେ ସଫଳତା ହାସଲ କରି 2025 ସୁଦ୍ଧା ଜିଲ୍ଲାକୁ ଯକ୍ଷ୍ମା ମୁକ୍ତ କରିବାପାଇଁ ସମସ୍ତ ଅଧିକାରୀ ଯଥା ମିଶନ ଶକ୍ତି,ସମନ୍ବିତ ଶିଶୁ ବିକାଶ ଯୋଜନା, ଜାତୀୟ ଅଣ ସଂକ୍ରମଣ ରୋଗ, ଜିଲ୍ଲା AIDS ନିୟନ୍ତ୍ରଣ ସମିତି, ଜିଲ୍ଲା ଶିକ୍ଷ୍ୟା ଅଧିକାରୀ, ଗ୍ରାମ୍ୟ ଜଳ ଯୋଗାଣ ସମିତି, ଜିଲ୍ଲା ଶ୍ରମ ବିଭାଗ ମାନଙ୍କୁ ସମନ୍ବିତ କରି ଏବଂ ପ୍ରଶିକ୍ଷଣ ପ୍ରଦାନ କରି ସମସ୍ତ ସ୍ତରରେ ଯକ୍ଷ୍ମା ରୋଗ ଭଳି ଏକ ଭୟାନକ ରୋଗ ବିଲୋପ ଦିଗରେ 2025 ସୁଦ୍ଧା ଜିଲ୍ଲା ସଫଳ ହୋଇପାରିବ ବୋଲି ଆହ୍ୱାନ ଦେଲେ | ଜିଲ୍ଲା ପ୍ରକଳ୍ପ ଅଧିକାରୀ (ସ୍ୱାସ୍ଥ୍ୟ ମିଶନ NHM) ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ତ୍ରିପାଠୀ ସକ୍ରିୟ ରୋଗ ଚିହ୍ନଟ ନିମନ୍ତେ ସମସ୍ତ ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀ, ପ୍ରକଳ୍ପ ପରିଚାଳକ, ପ୍ରକଳ୍ପ ସଂଯାଜକ ମାନଙ୍କୁ ସଂକଳ୍ପବଦ୍ଧ ଓ ନିଷ୍ଠାର ସହିତ କାର୍ଯ୍ୟ ନିର୍ବାହ କରି ସକ୍ରିୟ ଯକ୍ଷ୍ମା ରୋଗୀ ମାନଙ୍କୁ ଚିହ୍ନଟ କରିବା ସହିତ ସେମାଙ୍କ ଚିକିତ୍ସା ସହାୟକ ନିମନ୍ତେ ସେବାମନବୃତିର ସହ ଏବଂ ସମସ୍ତ ପ୍ରକାର ସରକାରୀ ସୁବିଧା କୁ ରୋଗୀପାଖରେ ଯଥା ଶୀଘ୍ର ପହଞ୍ଚାଇବା ପାଇଁ ଉଦ୍ୟମ କରିବା ପାଇଁ କହିଥିଲେ | ଜିଲ୍ଲା ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟ ସଂଯୋଜକ ଶ୍ରୀ ସୁଧୀର କାନ୍ତ ବେହେରା ପରିଶେଷରେ ସମସ୍ତ ଅଧିକାରୀମାନଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହିତ ବିଶ୍ୱ ଯକ୍ଷ୍ମା ଦିବସର ଅଧିବେଶନକୁ ଅନୁମତିନେଇ ଶେଷ କରିଥିଲେ |


