ଗଞ୍ଜାମରେ ବ୍ଲକରେ ଶିକ୍ଷକ ସଂଘର ଧାରଣ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଗଣ ଧାରଣା ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ତିନି ଦିନ ହେଲା ଚାଲୁ ରହିବା ଫଳରେ ସମସ୍ତ ବିଦ୍ୟାଳୟରେ ତାଲା ପଡିଛି। ତିନି ଦଫା ଦାବୀ ପୂରଣ ନେଇ ଏବେ ଆନ୍ଦୋଳନରେ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ। ତେଣୁ ପ୍ରତି ମାସରେ ଅନୁଷ୍ଠିତ ହେଉଥିବା ପୂର୍ବ ନିର୍ଦ୍ଧାରିତ କ୍ଲଷ୍ଟର ସ୍ତରୀୟ ବୈଠକ ଫସର ଫାଟିଯାଇଛି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ଜୁଲାଇ ୧୪ ତାରିଖ ୨୦୨୩ ମସିହାର ପତ୍ର ସଂଖ୍ୟା ୮୧୪୦ ଅନୁଯାୟୀ ପ୍ରତି ମାସର ତୃତୀୟ ଶନିବାର ଦିନ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ କରିବା ନିର୍ଦ୍ଦେଶ ରହିଛି।ଫଳରେ ସାର ରାଜ୍ୟରେ ଗୋଟିଏ ଦିନରେ ଗୋଟିଏ ତାରିଖରେ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ସିଆରସିସି ମାନେ ମାସିକ ବୈଠକ କରୁଥିଲେ। ବର୍ତମାନ ଜିଲ୍ଲାର ସମସ୍ତ ସିଆରସିସିମାନେ ଓ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନରେ ଯୋଗ ଦେଇ ୩ ଦଫା ଦାବୀ ପୂରଣ ପାଇଁ ନିଜ ନିଜ ବିଇଓ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି। ଫଳରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ରାଜ୍ୟ ଶୈଖିକ ଆକଳନ ସର୍ଭେ, ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଏବଂ ପ୍ରତି ବିଦ୍ୟାଳୟକୁ ଦିଆ ଯାଇଥିବା ଶିକ୍ଷକ ପେଟିକାରେ ବ୍ୟବହାର ସମ୍ପର୍କିତ ଗୁରୁତ୍ଵ ପୂର୍ଣ୍ଣ ଆଲୋଚନା ଗୁଡ଼ିକ ସଫଳ ହୋଇ ନାହିଁ। ଯାହା ପରବର୍ତ୍ତୀ ସମୟରେ ଶିକ୍ଷା ବିଭାଗର ବିଭିନ୍ନ ଯୋଜନାକୁ ପ୍ରଭାବିତ କରିବା ସହ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ବାଧା ପ୍ରାପ୍ତ ହେବ ବୋଲି ଶିକ୍ଷାବିତ ମାନେ ଆଶଙ୍କା କରିଛନ୍ତି। ଏପଟେ ଜିଲ୍ଲା ସ୍ତରୀୟ ଏବଂ ବ୍ଲକସ୍ତରୀୟ ବିଭିନ୍ନ ପ୍ରକାର ଶିକ୍ଷକ ତାଲିମ ଓ କର୍ମଶାଳା ଶିକ୍ଷକ ମାନଙ୍କର ଗଣ ଧାରଣା ବ୍ୟାପକ ହେବାରୁ ଅଧାରୁ ବାତିଲ କରାଯାଇଛି। ସେପଟେ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ ବ୍ଲକ୍ ଶିକ୍ଷା ଅଧିକାରୀ ବିଦ୍ୟାଳୟ ଖୋଲିବା ପାଇଁ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଚାବି ଦେବା ପାଇଁ ଆଦେଶ ଦେବା ଚର୍ଚ୍ଚାର ବଷୟ ହୋଇଥିବା ବେଳେ କେତେକ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷମାନେ ଏହାକୁ ନାପସନ୍ଦ କରିଛନ୍ତି। ଅନ୍ୟ ପକ୍ଷରେ ବିଦ୍ୟାଳୟରେ ଗଣେଶ ପୂଜା ପାଳନ ହେବ କି ନାହିଁ ସନ୍ଧେହ ଘେରରେ ଅଛି Iଆନ୍ଦୋଳନ ରତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଏଥିରେ ସାମିଲ ହେବେ ନାହିଁ ବୋଲି ଜଣା ପଡୁଛି । ରାଜ୍ୟ ସାରା ପ୍ରାଥମିକ ବିଦ୍ୟାଳୟଗୁଡିକରେ ଗଣେଶ ନ ହେବା ଫଳରେ ପ୍ରଥମ ଥର ଏପରି ରାଜ୍ୟରେ ହେବାକୁ ଯାଉଛି। ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଆଶଙ୍କାରେ ଅଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ