ଗଞ୍ଜାମରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ମିନିଷ୍ଟାଡିୟମ ପରିସରରେ ଓଡିଶା ସରକାର ଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଗଞ୍ଜାମ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ବ୍ଲକ ପ୍ରଶାସନ ଆନୁକୂଲ୍ୟରେ ଓ ବ୍ଲକ ଅଧ୍ୟକ୍ଷ ଶର୍ମିଷ୍ଠା ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଶିବିରକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଉଦଘାଟନ କରିଥିଲେ। ବିଡ଼ିଓ ବିଶ୍ଵଜିତ ରାୟଙ୍କ ତତ୍ତ୍ୱାବଧାନରେ ସାହାୟତା, ଚିହ୍ନଟିକରଣ ଏବଂ ବିତରଣ କାର୍ଯ୍ୟକ୍ରମରେ ତହସିଲଦାର ଅରୁଣ କୁମାର ନାୟକ, ଉପସ୍ଥିତ ଥିଲେ । ଏହି ଶିବିରରେ ୨୩ ଟି ହ୍ୟୁଇଲ ଚେୟାର ଓ ୫୮ ଟ୍ରାଇ ସାଇକାଲ ଭିନ୍ନକ୍ଷମ ମାନଙ୍କୁ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରା, ବ୍ଲକ ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନ, ପୂର୍ବତନ ଉପାଧ୍ୟକ୍ଷ ଭାଗିରଥି ରେଡି, ସରପଞ୍ଚ ରବୀନ୍ଦ୍ରନାଥ ବେହେରା, ସମିତିସଭ୍ୟା ଗୀତାଞ୍ଜଳି ବେହେରା, କାଉନସିଲର ପି. ମୋହନ ରାଓ, ଡି ଜି ଏମ୍ ରବିନ୍ଦ୍ର କୁମାର ମହାନ୍ତି, ପୁର୍ବତନ ସରପଞ୍ଚ ଜି.ସନ୍ତୋଷ ରେଡ୍ଡୀ, ପୂର୍ବତନ କାଉନସିଲର ଦୂର୍ଗା ମାଧବ ପାଣିଗ୍ରାହୀ, ପୂର୍ବତନ କାଉନସିଲର ଡି କେ ରାଓ ପ୍ରମୁଖ ଙ୍କ ସହ ଅନ୍ୟମାନେ ଯୋଗ ଦେଇ ଥିଲେ । ଡାକ୍ତର ସୌମ୍ୟକାନ୍ତ ମହାପାତ୍ର, ସି ଡି ପି ଓ ସଲୀଳା ପ୍ରଧାନ, ସହକାରୀ ଯନ୍ତ୍ରୀ ବଂଶୀଧର ପରିଡା,ଏ ବି ଡି ଓ ଭବାନୀ ଶଙ୍କର ପ୍ରଧାନ, ଜି ପି ଓ କୃଷ୍ଣଚନ୍ଦ୍ର ରଥ,  ଓ ଏଲଏମ୍ -ବିପିଏମ୍ -ଜଳନ୍ଧର ମହାରଣା, ମିଶନ ଶକ୍ତି ବିପିସି-ଚନ୍ଦନ କୁମାର ପାଢୀ, କାମଧେନୁ ସମ୍ପାଦକ ଟୁନା ମହାରଣା,ଶିକ୍ଷକ ନିରଞ୍ଜନ ମହାପାତ୍ର, ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ଗୌଡ଼ ପ୍ରମୁଖ ଙ୍କ ସହ ଅଙ୍ଗନୱାଡି କର୍ମି, ବିଭିନ୍ନ ବିଭାଗୀୟ ଅଧିକାରୀ, ବ୍ଲକ କର୍ମାଚାରୀ, ଗଞ୍ଜାମ ମହାବିଦ୍ୟାଳୟ ର ଏନ ସି ସି ଟିମ, ପ୍ରମୁଖ କାର୍ଯ୍ୟକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ