ଗଞ୍ଜାମର ଐତିହାସିକ ଦୋଳଯାତ୍ରା ଦ୍ଵିତୀୟ ଦିବସର ଦ୍ୱାଦଶୀପଟୁଆର

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହରରେ ପାଞ୍ଚାଦିନବ୍ୟାପି ହେବାକୁ ଥିବା ଐତିହାସିକ ଦୋଳଯାତ୍ରାର ଦ୍ୱିତୀୟ ଦିବାସରସ ଦ୍ୱାଦଶୀପଟୁଆର ଅନୁଷ୍ଠିତ ହୋଇଯାଇଛି। ଆସନ୍ତା କାଲି ସାହି ଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ସହରଟି ଚଳଚଞ୍ଚଳ ହୋଇଉଠିଛି। ଆଜି ଦ୍ୱିତୀୟ ଦିବସରେ ଦ୍ୱାଦଶୀ ପଟୁଆର ବାହାରିଥିଲା। ୧୬ଟି ଠାକୁର ନିଜ ,ନିଜ ସାହିରେ ଭୋଗଖାଇଥିଲେ। ପରେ ସହରରେ ପ୍ରଥମେ ଦୌଳଯାତ୍ରା ଆରମ୍ବ ହୋଇଥିବା ସାମନ୍ତରା ସାହିର ଗୋପାଳଜି ଠାକୁର ବାହାରି ଦୁର୍ଗାଦେବୀସାହି, ନୂଆସାହି ଠାକୁରଙ୍କୁ ଧରି ଚୌଧୁରୀସାହିକୁ ଯାଇଥିଲେ। ଚୌଧୁରୀସାହି ଠାକୁରଙ୍କୁ ଧରି ପଣ୍ଡାସାହି ଯାଇଥିଲେ । ପରେ ସମସ୍ତ ଠାକୁର ମିଳିତ ଭାବେ ପରିକ୍ରମା କରି ଭୋଗଖାଇବା ସହ ନିଜ ମନ୍ଦିରକୁ ଫେରିଥିଲେ। ସେହିପରି ବ୍ରାହ୍ମଣଢାମଣା ସାହି, ଓଡ଼ିଆ ଢାମଣା ସାହି , କେଉଟସାହି ର ଠାକୁର ମାନେ ମିଳିତ ଭାବେ ପରସ୍ପର ସାହିକୁ ଯାଇ ଭୋଗଖାଇଥିଲେ। ସେହିପରି ପୁଇଁତୋଳା ଗ୍ରାମର ବଡ଼ସାହି, ସାନସାହି, ଓ ବାରିକସାହିର ଠାକୁର ମାନେ ମିଳିତ ଭାବେ ପରସ୍ପର ସାହି ପରିକ୍ରମା କରି ଭୋଗଖାଇଥିଲେ। ରାଉଳସାହି, କେଉଟସାହି, କର୍ତ୍ତିସାହି, ଦାମୋଦରପୁର, ସୂର୍ଯ୍ୟନାରାୟଣପୁର, ଵିଞ୍ଚଣାପଲ୍ଲୀ ରେ ଠାକୁର ମାନେ ନିଜ ,ନିଜ ସାହିରେ ବୁଲି ଭୋଗଖାଇଥିଲେ। ଠାକୁର ମାନଙ୍କ ପରିକ୍ରମା ସମୟରେ ଡିଜେ ତାଳେ ତାଳେ ଯୁବପିଢ଼ିଙ୍କି ନୃତ୍ୟ ଆଧୁନିକତାକୁ ବେଶ ବାରି ହେଉଥିବା ବେଳେ, ଠାକୁରଙ୍କ ପାଖରେ ଦୁହୁଡ଼ି ଜଳିବା ଓ ସଙ୍ଗୀତ ନୃତ୍ୟ ପରମ୍ପରାକୁ ମଧ୍ୟ ଭୁଲିଯାଇନଥିବା ଦେଖିବାକୁ ମିଳିଥିଲା।ଆସନ୍ତା କାଲି ରବିବାର ଦିନ ସାହିଯାତ୍ରା ହେବାକୁ ଥିବା ବେଳେ ପ୍ରତିଦ୍ୱନ୍ଦୀତା ମୂଳକରେ ଆଲୋକରେ ଝଲକରେ ଝଲୁକୁଛି ସାହିଗୁଡିକ। ଯାହା ଲୋକଙ୍କ ବେଶ ଆକୃଷ୍ଟ କରୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ