ଗଞ୍ଜାମର ସମସ୍ତ ପ୍ରଵେଶ ପଥ ଜଗିବ ସି ସି କ୍ୟାମେରା : ଜିଲ୍ଲାପାଳ

ଗଞ୍ଜାମର ସମସ୍ତ ପ୍ରଵେଶ ପଥରେ ରହିବେ ମାଜିଷ୍ଟ୍ରେଟ ମୁତୟନ

ଛତ୍ରପୁର, (ଓ୍ବାଇଏନ୍ଏସ୍) : ଗଞ୍ଜାମ ଜିଲ୍ଲା ର ସମସ୍ତ ପ୍ରବେଶ ପଥରେ ସିସି କ୍ୟାମେରା ଓ ମାଜିଷ୍ଟ୍ରେଟ ମୁତୟନ ହେବେ. ସମସ୍ତ ଯାନ ବାହାନ ଯାଞ୍ଚ କରାଯିବ. ମାଲ ବାହି ଗାଡିର ଡ୍ରାଇଭର ଓ ହେଲପର ପରିଚୟ ପତ୍ର ଦେଖାଇଲେ ଜିଲ୍ଲା ଭିତରକୁ ପ୍ରବେଶ କରିବେ. ମାଲବାହି ଗାଡି ରେ ଯାତ୍ରୀ ପରିବହନ କରିଥିଲେ ଡ୍ରାଇଭର କୁ ଗିରଫ କରାଯିବ ଓ ଗାଡିକୁ ଜବତ କରାଯିବ. କୌଣସି କର୍ମଚାରୀ ମୁଖ୍ୟାଳୟ ଛାଡି ପାରିବେ ନାହିଁ. ଆବଶ୍ୟାକ ବେଳେ କର୍ମଚାରୀ କାଯ୍ୟ ନ କଲେ ତାକୁ ମହାମାରୀ କାନୁନ ରେ ଗିରଫ କରାଯିବ. କୌଣସି ବାହାର ଲୋକ ଜିଲ୍ଲା ରେ ମାସ୍କ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କଲେ ତାଙ୍କୁ ଏଥିରୁ ନିବୃତ କରାଯିବ. ସବୁ ଦୋକାନୀ ମାନେ ମାସ୍କ ନାହିଁତ ସଉଦା ନାହିଁ ଫଳକ ଲଗାଇଵେ. ଆଜି ଜିଲ୍ଲାରେ ମାସ୍କ ନ ଲଗେଇ ଥିବା ଲୋକଙ୍କ ଠାରୁ 1ଲକ୍ଷ 17 ହଜ଼ାର ଟଙ୍କା ଜୋରିମାନା ଆଦାୟ କରାଯାଇଛି. ମାସ୍କ ନ ଲଗେଇ ଥିବା ଲୋକଙ୍କ ଠାରୁ 2ଶହ ରୁ ଅଧିକା ଜୋରିମାନା କରାଯାଇ ପାରିବ ନାହିଁ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି. ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଡ଼ିଆରଡିଏ ପିଡି ଇ. ଶ୍ରୀଦ୍ଧଥ ଶଙ୍କର ସ୍ୱାଇଁ, ଏଡିଏମ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ., ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପ ଜିଲ୍ଲାପାଳ ସିଂଦେ ଦତ୍ତତ୍ରୟ ଭାଉ ସାହେବ, ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ