ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଓ ଭଞ୍ଜନଗର ଏସ୍.ଡି.ପି.ଓ ଙ୍କୁ ପ୍ରେସ୍ କ୍ଳବର ସୌଜନ୍ୟମୂଳକ ସାକ୍ଷାତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ନୂତନ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ଓ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଶ୍ୱାମିତ୍ର ହରପାଲ୍ ଙ୍କୁ ପ୍ରେସ୍ କ୍ଳବ ବେଲଗୁଣ୍ଠାର ସଦସ୍ୟ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।ପ୍ରେସ୍ କ୍ଳବ ସଭାପତି ତଥା ଗଞ୍ଜାମ ଉତ୍କଳ ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ରଙ୍କ ନେତୃତ୍ବରେ ସମସ୍ତ ସଦସ୍ୟ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନାଙ୍କ ବେଲଗୁଣ୍ଠା ଗସ୍ତ ଅବସରରେ ସୌଜନ୍ୟମୂଳକ ସାକ୍ଷାତ କରି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।ଏଥି ସହିତ ବେଲଗୁଣ୍ଠା ବ୍ଳକ ତଥା ଗାଙ୍ଗପୁର ଓ ବେଲଗୁଣ୍ଠା ଥାନା ଅଞ୍ଚଳରେ ସଡ଼କ ସୁରକ୍ଷା ସଚେତନତା, ରକ୍ତଦାନ ଶିବିର, ବରିଷ୍ଠ ନାଗରିକ ଚୟନ ଓ ସେମାନଙ୍କୁ ସୁରକ୍ଷା ପ୍ରଦାନ ଆଧାରିତ ଆଲୋଚନା ହୋଇଥିଲା ।ଖବର ପ୍ରସାରଣ ମାଧ୍ୟମରେ ଆଲୋଚ୍ୟ ବିଷୟ ପାଇଁ ବ୍ୟାପକ ସଚେତନତା କରିବା ପାଇଁ ଏସ୍.ପି ଶ୍ରୀ ମୀନା ପରାମର୍ଶ ଦେଇଥିଲେ । ସେହିପରି ନୂତନ କରି ଯୋଗଦାନ କରିଥିବା ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଶ୍ୱାମିତ୍ର ହରପାଲ୍ ଙ୍କୁ ପ୍ରେସ୍ କ୍ଳବ ସଦସ୍ୟ ମାନେ ଶ୍ରୀ ହରପାଲ୍ ଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଶ୍ରୀ ହରପାଲ୍ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହିତ ସମାଜରେ ସାମ୍ବାଦିକ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହିତ ନିଜର ଖବର ପ୍ରସାରଣର ଭାଷା ମାଧ୍ୟମରେ ଅଞ୍ଚଳରେ ବୈପ୍ଳବିକ ପରିବର୍ତ୍ତନ ଆଣିଥାଏ ବୋଲି ମତବ୍ୟକ୍ତ କରିବା ସହିତ ଭାବର ଆଦାନପ୍ରଦାନ କରିଥିଲେ । ଆଗାମୀ ଦିନରେ ଭଞ୍ଜନଗର ଉପଖଣ୍ଡ ଅଞ୍ଚଳରେ ବିଭିନ୍ନ ପ୍ରକାରର ସାମାଜିକ କାର୍ଯ୍ୟକ୍ରମ ଜରିଆରେ ଜନସଚେତନତା ସୃଷ୍ଟି କରାଇବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବେଲଗୁଣ୍ଠା ପ୍ରେସ୍ କ୍ଳବ ଉପସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, ଚନ୍ଦନ କୁମାର ସାହୁ,କୃଷ୍ଣଚନ୍ଦ୍ର ପଟ୍ଟନାୟକ, ଶିବରାମ ଚୌଧୁରୀ, ପଞ୍ଚାନନ ସାହୁ, ମନୋରଞ୍ଜନ ମହାରଣା,ସଚିନ୍ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ