ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ସୋମବାର ଦିନ ସାନଖେମୁଣ୍ଡି ଗ୍ରସ୍ତରେ ଆସି ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଯୋଗଦେବା ପୂର୍ବରୁ ଏସ ଗୋପାଳପୁର ପଞ୍ଚାୟତ ଗସ୍ତ କରି ରାଜ୍ୟ ସରକାରଙ୍କ ପର୍ଯ୍ୟଟନ କ୍ଷେତ୍ରରେ ଲୋକାଭିମୁଖୀ କାର୍ଯ୍ଯକୁ ଯେଭଳି ତ୍ବରାନ୍ବିତ କରାଯିବ ସେନେଇ ପ୍ରଶାସନିକ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଫେରିଥିବା ଜଣାପଡିଛି । ଖବର ପ୍ରକାରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ପରିଡା ଆଜି ଏହି ଗସ୍ତ ସମୟରେ ଜିଲ୍ଲା ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଭି . କିର୍ତ୍ତୀଭାସେନ , ବ୍ରହ୍ମପୁର ଉପଜିଲ୍ଲାପାଳ କୁଲକର୍ଣ୍ଣୀ ଆଶୁତୋଷ , ଅତିରିକ୍ତ ଜିଲ୍ଲାପାଳ ଲିନା କୁମାର ଖେସ , ସ୍ଥାନୀୟ ବ୍ଳକ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ ଓ ପୂର୍ତ୍ତବିଭାଗ ଅଧିକାରୀ ପ୍ରଥମେ ଏସ୍ . ଗୋପାଳପୁର ପଞ୍ଚାୟତର ରତନେଇ ପାହାଡ଼ ଶୀର୍ଷ ପରିଦର୍ଶନ କରି ମନ୍ଦିରକୁ ଯିବା ନିମନ୍ତେ ରାସ୍ତା ସହ କିଭଳି ମନ୍ଦିରର ଉନ୍ନତିକରଣ କରାଯାଇପାରିବ ସେ ନେଇ ବିସ୍ତୃତ ଆଲୋଚନା କରିଥିଲେ। ପୂର୍ତ୍ତ ବିଭାଗ କୁ ରାସ୍ତା କାମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। l ଏହାପରେ ବ୍ଳକ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଶିବିରରେ ଯୋଗ ଦେଇଥିଲେ । ଏଥିରେ ଜିଲ୍ଲାପାଳ ଙ୍କ ସମେତ ଜିଲ୍ଲା ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ , ଭି କୀର୍ତ୍ତି ଭାସନ୍ ବ୍ରହ୍ମପୁର ଉପଜିଲ୍ଲାପାଳ , ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାଏ , ଅତିରିକ୍ତ ଜିଲ୍ଲାପାଳ , ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ଼. ଦେବରାଜ ବେହେରା , ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ , ତହସିଲଦାର ଡ଼.ଶ୍ରୀନିବାସ ବେହେରା , ଆଡ଼ପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ବାହାନ ଦାସ , ଊପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଏବଂ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଙ୍କ ଉପସ୍ଥିତିରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। । ଏହି ଶିବିରରେ ବ୍ଳକ ଅଧିନସ୍ଥ ସମସ୍ତ ପଞ୍ଚାୟତରୁ ଆସୁଥିବା ଅଭିଯୋଗକାରୀଙ୍କ ସମସ୍ୟାର ସମାଧାନ ତ୍ୱରାନ୍ୱିତ ପ୍ରକ୍ରିୟା କରିବାକୁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ । ପ୍ରଶାସନକୁ ଲୋକାଭିମୁଖୀ କରିବା ସହ ଆଇନର ପରିସରରେ ସାଧାରଣ ଲୋକଙ୍କର ସମସ୍ୟାର ସମାଧାନ ସଂପନ୍ନ କରିବା ହେଉଛି ଅଭିଯୋଗ ଶୁଣାଣି ଶିବିରର ଆଭିମୁଖ୍ୟ । ତେଣୁ ପ୍ରତ୍ୟେକ ଦାୟିତ୍ୱର ସହ ଏହାକୁ ନିର୍ବାହ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଆବାସ ଯୋଜନା , ଭତ୍ତା ପ୍ରଦାନ, ଚିକିତ୍ସା ସହାୟତା , ଜମିଜମା ସମ୍ୱନ୍ଧୀୟ , ରାସ୍ତା ଘାଟ , ପାନୀୟ ଜଳ ଯୋଗାଣ ଇତ୍ୟାଦି ସଂପର୍କରେ ଏହି ଅଭିଯୋଗ ଗୁଡିକ ପଞ୍ଜୀକୃତ ହୋଇଥିଲା । ଏହି ଶୁଣାଣିରେ ମୋଟ ୪୦୩ ଗୋଟି ଅଭିଯୋଗ ମଧ୍ୟରୁ ୩୯୮ଗୋଟି ବ୍ୟକ୍ତିଗତ ହୋଇଥିବା ବେଳେ, ସାମୁହିକ ୫ ଗୋଟି ଆବେଦନ ପତ୍ର ମିଳିଥିଲା । ଏହାସହ ୧୪ ଜଣଙ୍କୁ ରେଡକ୍ରସ ସହାୟତା ରିଲିଫ ପାଣ୍ଠିରୁ ୬୨୦୦୦ ସହାୟତା କରାଯିବା ସହ ୫ ଜଣ ବିକଳାଙ୍ଗଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା । ଅଭିଯୋଗ ଗୁଡିକୁ ସମାଧାନ କରିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଶେଷରେ ଆମ୍ବ ଗାଁ ପଞ୍ଚାୟତର ଶୁଣ୍ଡିପଲ୍ଲୀ ଗ୍ରାମରେ ରହିଥିବା ଅଙ୍ଗନୱାଡ଼ି ୧ କେନ୍ଦ୍ରରେ ପହଞ୍ଚି ଶିଶୁ ଦିବସ ଅବସରରେ କୁନି ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବିତରଣ କରିଥିଲେ । ଏଥିସହ ପୋଡାମାରୀ ପଞ୍ଚାୟତର ଉକ୍ତ ଗ୍ରାମରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ଦ୍ବାରା ସିଲାଇ କରାଯାଉଥିବା ବିଦ୍ୟାଳୟ ପୋଷାକ ଆଦି ଉପରେ ସ୍ଥିତି ପରଖିଥିବା ଜଣାପଡିଛି । ଆସିକା ଏସ ଡି ପି ଓ, ଉମାଶଙ୍କର ସିଂ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଙ୍କ ସମେତ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଶୃଙ୍ଖଳା ସହ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ