ଗଞ୍ଜାମ ଆରକ୍ଷୀ କାର୍ଯ୍ୟାଳୟ ଠାରେ ୭୧ ତମ ସମ୍ବିଧାନ ଦିବସ ପାଳିତ
ଛତ୍ରପୁର,(ଦେବଦତ୍ତ ମହାରଣା) : ସ୍ଥାନୀୟ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ କାର୍ଯ୍ୟାଳୟ ଠାରେ ୭୧ ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏଥିରେ ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଠାକୁର ପ୍ରସାଦ ପାତ୍ର ଯୋଗଦେଇ ଭାରତୀୟ ସମ୍ବିଧାନର ଗାରିମା ଓ ବିଶେଷତ୍ୱ ସଂପର୍କରେ ଗୁରୁତ୍ୱାରୋପ କରିଥିଲେ । ଏଥିସହ ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସମ୍ବିଧାନର ସମସ୍ତ କାର୍ଯ୍ୟକ୍ରମକୁ ପାଳନ କରିବା ଲାଗି କାର୍ଯ୍ୟାଳୟ ପରିସରରେ ସମସ୍ତ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ । ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ଅତିରିକ୍ତ ଅରକ୍ଷୀ ଅଧୀକ୍ଷକ ବିଜୟ କୁମାର ମଲ୍ଲିକ ଓ ଅଶୋକ କୁମାର ମହାନ୍ତି, ଡିଏସ୍ପି ଉତ୍କଳ କେଶରୀ ଦାଶ, ଏସ. ପ୍ରଧାନ ଓ ଅଜୟ କୁମାର ମିଶ୍ର, ଆସିଷ୍ଟାଣ୍ଟ କାମଣ୍ଡେଣ୍ଟ ମାନସ ରଞ୍ଜନ ମହାନ୍ତି , ଏ.ରାବଣା ରାଓଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ ।