ଗଞ୍ଜାମ ଏନଏସିରେ ସ୍ଵଛତା ହିଁ ସେବା କାର୍ଯ୍ୟକ୍ରମ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ଏନଏସି ପକ୍ଷରୁ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l. ଐତିହାସିକ ପୋତାଗଡ଼ରେ ଗଞ୍ଜାମ ଏନଏସି ଅଧକ୍ଷା ପ୍ରତିଭା ପାଢ଼ୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ସ୍ଵଛତା ଅଭିଯାନ କାର୍ଯ୍ୟକ୍ରମରେ ପୂର୍ବତନ ଉପବାଚଷ୍ପତି ରାମଚନ୍ଦ୍ରପଣ୍ଡା, ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ,, ଗଞ୍ଜାମ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ସାମିଲ ହୋଇଥିଲେ l ଗଞ୍ଜାମ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅପର୍ଣ୍ଣାଡାଙ୍ଗୁଆଁଙ୍କ ସଂଯୋଜନାରେ ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ପୁରୁଷୋତ୍ତମ ସାହୁ, ଅରୁଣପଣ୍ଡା, ମୋହନ ରେଡ୍ଡୀ, ସଂଯୁକ୍ତା ଦାସ, ସୁଜାତା ମହାନ୍ତି, ମହାଲକ୍ଷ୍ମୀ ନାୟକ, ସବିତା ବେହେରା ଉପସ୍ଥିତ ଥିଲେ l କନିଷ୍ଠଯନ୍ତ୍ରୀଙ୍କ ଇଂ. ମାନାସ ରଞ୍ଜନ ପଣ୍ଡାଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠନଗରିକ ସଙ୍ଘ ଉପଦେଷ୍ଟା ଇଂ. ବିନୋଦ ଚନ୍ଦ୍ର ପାଢ଼ୀ, ସଭାପତି ରବୀନ୍ଦ୍ର କୁମାର ପଣ୍ଡା, ସମ୍ପାଦକ ବିନୋଦ ଚନ୍ଦ୍ର ମହାପାତ୍ର, ମିଡ଼ିଆ ହାଉସ ଉପଦେଷ୍ଟା ଲକ୍ଷ୍ମୀ ପାଢ଼ୀ, ପୂର୍ବତନ ବ୍ଲକ ଅଧକ୍ଷ ପ୍ରଶାନ୍ତ ନାୟକ, ଗୀତାଞ୍ଜଳି ବେହେରା, ପୂର୍ବତନ ଜ଼ିଲ୍ଲାପରିଷଦ ସଭ୍ୟ କୀର୍ତ୍ତନ ଦାସ, ପୂର୍ବତନ କାଉନସିଲର ରଞ୍ଜନ ବେହେରା, ଡିକେରାଓ, ନଗର ବିଜେପି ସଭାପତି କାନ୍ତାରି ଦଳେଇ, ଗିରିଜା ଶଙ୍କର ମହାପାତ୍ର , ଯୁବନେତା ରଞ୍ଜନପଲେଇ,ଇକୋୱାରିୟର ସମରେଶ ପ୍ରଧାନ, କରୁଣା ରେଡ୍ଡୀ, ସିମାଞ୍ଚଳଦାସ, ଅକ୍ଷୟପଳେଇ, ପ୍ରଣବ ପ୍ରଧାନ, ଆକାଶ ଗୌଡ଼, ପପୁ ମହାନ୍ତି, ରାନୁ ବୈଠାରୁ, ଭଗବାନ ପ୍ରଧାନ, ବାବୁ ରାଉଳ ପ୍ରମୁଖ ସାମିଲ ହୋଇଥିଲେ l ଏନଏସି ସିଓ ଅଞ୍ଜଳି ପାଢ଼ୀ, ପରିମଳ ବିଶେଷଜ୍ଞ ଏନ. ନମେସ, ସମୀର ସାହୁ,ସିଏମଏମ -ଭାଗ୍ୟଶ୍ରୀନାୟକ,ଆକାଉଣ୍ଟ-ଏମ.ଶୈଳାଜା, ସିପୁନ ମହାପାତ୍ର, ଉତ୍ତମ ବେହେରା, ନବକିଶୋର ବେହେରା, ଟୁଟୁ ମହାପାତ୍ର, ଅଜୟ ପାଣ୍ଡ୍ସ ପ୍ରମୁଖ ସହଯୋଗ କରିଥିଲେ l ଏହି ଅବସରରେ ବ୍ରହ୍ମପୁର ସାଂସଦ ପାଣିଗ୍ରାହୀ, ବିଧାୟକ ନାୟକଙ୍କୁ ବରିଷ୍ଠ ନଗରୀଙ୍କ ତରଫରୁ ଗଞ୍ଜାମ ଷ୍ଟେସନରେ ପୂର୍ବରୁ ରହୁଥିବା ପୁରୀ -ତିରୁପତି ଏକ୍ସପ୍ରେସ ରହଣି ଦାବିପତ୍ର ଓ ଭରସା ଅନୁଷ୍ଠାନର ସମ୍ପାଦକ ଦୁର୍ଗାମାଧବ ପାଣିଗ୍ରାହୀ ଗଞ୍ଜାମରେ ସନ୍ଦେହାସ୍ପଦ ରୋହିଙ୍ଗା ବାଂଲାଦେଶୀ ଚିହ୍ନଟକରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବିପତ୍ର ପ୍ରଦାନ କରିଥିଲେ l ଏହି ପରିପ୍ରେକ୍ଷୀରେ ସ୍ଵଛତା ଉପରେ ଶପଥପାଠ, ପୋତାଗଡ଼ ପରିସରରେ ସଫେଇ କରାଯାଇଥିଲା l