ଗଞ୍ଜାମ ଏନଏସି କାଉନସିଲର ବୈଠକ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ଏନଏସିର ପଞ୍ଚମ କାଉନସିଲର ବୈଠକ ଅଧକ୍ଷା ପ୍ରତିଭାପାଢ଼ୀଙ୍କ ପୌରହିତ୍ୟିରେ ଅନୁଷ୍ଠିତ ହୋଇଯାଇଛି। ଏନଏସି ଉପନଗରପାଳ ସୁରେନ୍ଦ୍ର କୁମାର ବାରିକି, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, ମାଞ୍ଚାସିନ ଥିଲେ। ବୈଠକରେ ଗଞ୍ଜାମ ଏନଏସିର ପ୍ରତିଷ୍ଠାତା ତଥା ସମାଜସେବୀ ସ୍ୱର୍ଗତ ବ୍ରଜ ସୁନ୍ଦର ପଣ୍ଡାଙ୍କ ସମ୍ମାନର୍ଥେ ତାଙ୍କ ନାମରେ ଏସବିଆଇ ରାସ୍ତାଟି (କାଶିବିଶ୍ୱନାଥ ମନ୍ଦିର ଠାରୁ ଦୂର୍ଗା ମନ୍ଦିର ପର୍ଯ୍ୟନ୍ତ) ବ୍ରଜସୁନ୍ଦର ମାର୍ଗ ନାମରେ ନାମିତ କରାଯିବ ବୋଲି ସର୍ଵସମ୍ମତି ନିଷ୍ପତ୍ତି ହୋଇ ଥିଲା। ସେହିପରି ମୁକ୍ତା ଯୋଜନାରେ ୨୫ ଟି ପ୍ରକଳ୍ପ ପାଇଁ ଏକ କୋଟି ୧୫ ଲକ୍ଷ, ଓ ଅମୃତ ଯୋଜନାରେ ଛଅଟି ପ୍ରକଳ୍ପ ପାଇଁ ପଚାଶ ଲକ୍ଷଟାଙ୍କା ବିଭିନ୍ନ ୱାଡ଼ରେ ବିଭିନ୍ନ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ। ବର୍ଷାଋତୁ ପୂର୍ବରୁ ସମସ୍ତ ଡ୍ରେନ ସଫା ଓ ମରାମତି କରିବା ପାଇଁ ଦାବି ହୋଇଥିଲା। ବଜ଼ାର ରାସ୍ତାରେ ଗାଈଗିରୁଙ୍କୁ ଆସ୍ଥାନ ଜମୁଥିବାରୁ ଯାତାୟାତରେ ବାଧାସୃଷ୍ଟିହେବା ସହ ଦୁର୍ଘଟଣା ଘଟୁଥିବା ନେଇଏହାର ପ୍ରତିକାର ପାଇଁ ସ୍ୱର ଉଠାଇଥିଲେ। ଏନେଇ କାଓ ସେଟ ନିର୍ମାଣ ହେଉଥିବା ବେଳେ , ପଦକ୍ଷେପ ନିଆଯିବ ବୋଲି କହିଥିଲେ ଅଧିକାରୀ। ଠିକାଦାର ମାନେ କାମ ନେଇଯାଇଥିଲେ ମଧ୍ୟ ଧାର୍ଯ୍ୟ ସମୟରେ କାମ ସାରୁନଥିବାରୁ ଉନ୍ନୟନ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଥିବା ଓ ଯେଉଁ ମାନେ କାମ ସାରିଥିଲେ ମଧ୍ୟ ସେମାନଙ୍କ ଅର୍ଥ ପୈଠ ହେଉନଥିବା ନେଇ କାଉନସିଲର ମାନେ ଅଭିଯୋଗ କରିଥିଲେ। ଏନେଇ ଯନ୍ତ୍ରୀ ପଣ୍ଡା ଯେଉଁମାନେ କାମ କରୁନାହାନ୍ତି ସେମାନଙ୍କୁ କରାଣ ଦର୍ଶାଅ ନୋଟିସ ଜାରି କରାଯାଇଛି, ତାଙ୍କୁ ଫାଇନ ପକାଯିବା ସହ ଭବିଷ୍ୟତରେ କାମ ଦିଆଜୀବନୀ ବୋଲି କହିଥିଲେ। ଯେଉଁମାନେ କାମ ସାରିଛନ୍ତି , ସେମାନଙ୍କ ଅର୍ଥ ପାଇବା ପାଇଁ ମୋସାଇଡ଼ରୁ କିଛି ପେଣ୍ଡିଙ୍ଗ ନାହିଁ ବୋଲି କହିଥିଲେ। ପୋଗ୍ରାମ ଅଫିସର ଚିନ୍ମୟ ରଞ୍ଜନ ପୃଷ୍ଟି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।।ବିଧାୟକ ପ୍ରତିନିଧି ସୁଧୀର କୁମାର ପାଢୀ,କାଉନସିଲର ପୁରୁଷୋତ୍ତମ ସାହୁ, ଅରୁଣ କୁମାର ପଣ୍ଡା, ପି.ଚନ୍ଦ୍ରଶେଖର ରେଡ୍ଡୀ, ସ୍ୱାଗତ ନାୟକ, ପି.ମୋହନ ରେଡ୍ଡୀ, ସଂଯୁକ୍ତା ଦାସ, ସୁଜାତା ମହାନ୍ତି, ରୀନା ମହାରଣା, ସବିତା ବେହେରା, ମହାଲକ୍ଷ୍ମୀ ନାୟକ କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା, ଆକାଉଣ୍ଟ ଦୀପ୍ତିରଞ୍ଜନ ପୃଷ୍ଟି, ମହିଳା କନିଷ୍ଠ ଯନ୍ତ୍ରୀ ବିଷ୍ଣୁପ୍ରିୟା ସାବତ, ସିଓ ସ୍ୱପ୍ନାରାଣୀ ମହାପାତ୍ର, ସିଏମଏମ ଭାଗ୍ୟଶ୍ରୀ ନାୟକ, ଏନଏସି କର୍ମଚାରୀ କମଳାକାନ୍ତ ଦାସ, ପରିମଳ ବିଶେଷଜ୍ଞ ସୁମିତ କୁମାର ବେହେରା, ପ୍ରଭାତ କୁମାର ମହାପାତ୍ର, କାମନା ନାୟକ ଉପସ୍ଥିତ ଥିଲେ l


