ଗଞ୍ଜାମ ଏନଏସି ବର୍ଜ୍ୟବସ୍ତୁ ଟାଙ୍କି ନିର୍ମାଣ କୁ ୨ ଗ୍ରାମ ବାସୀଙ୍କ ବିରୋଧ
ଗଞ୍ଜାମ ,(ଯୁଗାବ୍ଦ ନ୍ୟୁଜ୍):ଗଂଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚୟତ ର ପୁରୁଣା ବନ୍ଦ ଓ ପାଳିବନ୍ଧ ଗ୍ରାମ ଋଷୁକୁଲ୍ୟ ମୁହାଣ ନିକଟ ଲଙ୍କାପାହାଡ଼ ଅଞ୍ଚଳ ରେ ଗଞ୍ଜାମ ଏନଏ ସି ତରଫରୁ ବର୍ଜ୍ୟବସ୍ତୁ ଟାଙ୍କି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଉକ୍ତ ଦୁଇଟି ଗ୍ରାମର ବାସିନ୍ଦା ମାନେ ତୀବ୍ର ବିରୋଧ କରିଛନ୍ତି । ଏନେଇ ସେମାନେ ଜିଲ୍ଲା ପାଳ ଙ୍କୁ ହସ୍ତେକ୍ଷେପ କରବାକୁ ଲିଖିତ ଭାବେ ଅନୁରୋଧ କରିଛନ୍ତି ।ସେମାନେ ଦର୍ଶାଇଛନ୍ତି , ଏହି ସମୁଦ୍ର ବେଳାଭୂମି ବିଶ୍ୱ ର ଦୂତୀୟ ଅଲିଭରିଡଲେ କଇଁଛ ଙ୍କ ଗଣଅଣ୍ଡା ଦାନ ସ୍ଥଳି ରୁପେ ମାନ୍ୟତା ପାଇଥିବା ବେଳେ ଏଠାକୁ ବିଶ୍ଵରୁ ଗବେଷକ ଓ ପର୍ୟ୍ୟଟକ ମାନେ ଆସୁଛନ୍ତି ।ଏହି ମୁହାଣ ଓ ସମୁଦ୍ର ରୁ ଦୁଇଟି ଗ୍ରାମର ପାଞ୍ଚଶହ ରୁ ଉର୍ଦ୍ଧ୍ବ ମତ୍ସଯିବି ପରିବାର ମାଛ ଜୀବିକା ନିର୍ଭହ କରୁଥିବା ବେଳେ, ଆମେ ମାଛ ମାରି ଆଣିଲା ପରେ ସ୍ତି ଲୋକ ତାହାକୁ ନିର୍ମାଣ ଜାଗାରେ ଦୁଇ, ତିନି ଦିନ ଶୁଖାଇ ପରେ ଶୁଖୁଆ ତିଆରି କରି ହାଟକୁ ନେଇ ବିକ୍ରି କରନ୍ତି । ଉକ୍ତ ସ୍ଥାନରେ ନିର୍ମାଣ ହେଲେ ମାଚିନ ରେ ସ।ଇକେଲିଙ୍ଗ ହେବା ବେଳେ ଯେଉଁ ଦୁର୍ଗନ୍ଧ ଓ ବିଷାକ୍ତ ପାଣି ନିଷ୍କାସନ ହେବ ତାହା ସମୁଦ୍ର, ମୁହାଣ, ନଦୀ କୁ ଗଲେ ମାଛ, କଙ୍କଡ଼ା, ଚୁଙ୍ଗୁଡି, ପାଣିଚର ମାନେ ଲୋପ ପାଇଯିବେ ।ଯାହା ଫଳରେ ଆମର ଜୀବନ ଜବିକ ଯିବା ସହ ଭୋକ ଉପବାସରେ ମରିବୁ, ଟାଙ୍କିରୁ ଦୁର୍ଗନ୍ଧ ବାହାରିଲେ ସେହି ଗନ୍ଧରେ ଲୋକ ମାନେ ରୋଗଗ୍ରସ୍ତ ହେବେ ।ଏହାର ବିଚାର କରି ନିର୍ମାଣ କାର୍ଯ୍ୟବନ୍ଦ କରିବାକୁ ଦାବି କରିଛନ୍ତି । ସେମାନେ ଏନେଇ ବିଧାୟକ, ସାଂସଦ, ଡିଏଫଓ, ପ୍ରମୁଖ ଙ୍କୁ ଜଣାଇଛନ୍ତି ।