ଗଞ୍ଜାମ ଏନଏସି ରେ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ୧୪ ଟିମ ଗଠିତ

ଗଞ୍ଜାମ: କରୋନା ସଂକ୍ରମଣ ଭୟବତା କୁ ରୋକିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଠାରୁ ଆରମ୍ବ ହୋଇଥିବା ଘର ଘର ବୁଲି ସ୍ୱାସ୍ଥ୍ୟଯାଞ୍ଚ କରିବା ପରିପ୍ରେକ୍ଷୀରେ ଗଞ୍ଜାମ ଏନଏସି ରେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁକଲ୍ୟାଣ ଦାସ ଙ୍କ ତ୍ବାତବାଧାନରେ୧୪ଟି ଟିମ ଘର ଘର ବୁଲି ସ୍ୱାସ୍ଥ୍ୟଅବସ୍ଥା ସମ୍ପର୍କରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ଅବସରସରେ ଗଞ୍ଜାମ ଡୁଡ଼ା ପିଡ଼ି ସୁଦାମ ଚରଣ ମଣ୍ଡଳ ଓ ଗଂଜାମ ତହସିଲଦାର ଅବନୀ କୁମାର ସାହୁ ଏହା କିପରି କାର୍ଯ୍ୟକାରୀ ହେଉଛି ପୃଥକ ପୃଥକ ଭବେ ତାହାର ଅନୁଧ୍ୟାନ କରିଛନ୍ତି । ଏହି ସଂକ୍ରମଣ କୁ ପ୍ରତିହିତତ କରିବା ପାଇଁ ଗଠିତ ଟିମ ରେ ଆଜି ଅଙ୍ଗନାବାଡ଼ି ଦିଦି, ହେଲପର, ଶିକ୍ଷକ ମାନେ ଘର ଘର ବୁଲି ବୁଲି ପରିବାର ଠାରୁ ସ୍ୱାସ୍ଥ୍ୟବସ୍ଥା ଠାରୁ ଆରମ୍ବ କରି ଟ୍ରାଭେଲ ଓ ଆବଶ୍ୟକ ତଥ୍ୟ ସଂଗ୍ରହ ଓ ଏହା ସହିତ କରୋନା ସଂକ୍ରମଣ ଲକ୍ଷଣ ଅନୁସାରେ ପରିବାର ଯେଉଁ ବେକ୍ତି ଙ୍କ ର ଜ୍ଵର, କାଶ, ନିଶ୍ୱାସ ରୁନ୍ଧି ହୋଇଥିବ ନେଇ ତଥ୍ୟ ପଚାରି ବୁଝୁଥିବା ବେଳ ହଟାତ ଗଞ୍ଜାମ ଡୁଡାପିଡ଼ି ସୁଦାମ ଚରଣ ମଣ୍ଡଳ ତିନି ନମ୍ବର ୱାଡ଼ ର ବଜାର ଗୋଡ଼ସାହି ରେ ପହଞ୍ଚି ଅଙ୍ଗନବାଡି ଦିଦି ବବିତା ସେଠି ପରେ ପାଞ୍ଚ ନମ୍ବର ୱାଡ଼ ର ହରିଜନ ସାହିର ଯାଇ ଅଙ୍ଗନାବାଡ଼ି ଦିଦି ବବିତା ପଣ୍ଡା ଙ୍କୁ ପଚାରି ବୁଝିଥିଲେ । ଏହି ସମୟ ରେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁକଲ୍ୟାଣ ଦାଶ , କର୍ମଚାରୀ ଲଷ୍ମୀଚରଣ ପାଢ଼ୀ , ହେଲପର ବିଜୟ ଲଷ୍ମୀ ଗୌଡ଼ ଉପସ୍ଥିତ ଥିଲେ । ଅପରାହ୍ନ ରେ ଗଞ୍ଜାମ ତହସିଲଦାର ଅବନୀ କୁମାର ସାହୁ ପାଞ୍ଚ ନମ୍ବର ୱାଡ଼ ର ମହାତ୍ମା ଗାନ୍ଧୀ ମାର୍ଗର ହରିଜନ ସାହି କୁ ଯାଇ ଅଙ୍ଗନାବାଡ଼ି ଦିଦି ବବିତା କୁ ପଚାରି ବୁଝିଥିଲେ । ହେଲପର ଶୈଳବାଳା ଶତପଥୀ, ଶିକ୍ଷକ ପ୍ରକାଶ ଚନ୍ଦ୍ର ବେହେରା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ