ଗଞ୍ଜାମ ଏନଏସି ସାଇରାମ ଓ ଜଗନ୍ନାଥ ଏଏଲଏଫ ତରଫରୁ ୩୨ ହଜାର ଟଙ୍କା ପ୍ରଦାନ
ଗଞ୍ଜାମ,(ଓ୍ବାଇଏନ୍ଏସ୍):କରୋନା ସହାୟତା ପାଇଁ ଗଞ୍ଜାମ ଏନଏସି ମହିଳା ସଙ୍ଘ ସାଇରାମ ଏଏଲଏଫ ଚଉଦହଜାର ଟଙ୍କା, ଓ ଜଗନ୍ନାଥ ଏଏଲଏଫ ଅଠର ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏନଏସି କାର୍ଯ୍ୟନିର୍ବାହୀ ପ୍ରଭୁକଲ୍ୟାଣ ଦାଶ ଙ୍କୁ ପ୍ରଦାନ କରିଛନ୍ତି । ଉକ୍ତ ସମୟ ରେ ସିଓ ଅନିତା ଅଂଶୁମାଳି ସାହୁ ଉପସ୍ଥିତ ଥିବା ବେଳେ ସାଇରାମ ର ସଭାନେତ୍ରୀ ମୀରା ରାଣୀ ପାଢ଼ୀ, ସମ୍ପାଦିକା ବିଦ୍ୟା ବନ୍ତ ପଣ୍ଡା, ଜଗନ୍ନାଥ ର ସଭାନେତ୍ରୀ ପ୍ରତିମା ବାରିକ, ସଂପାଦିକା ଅଜିତା ମହାରଣା ପ୍ରଦାନ କରିଥିଲେ ।