ଗଞ୍ଜାମ ଏସପିଙ୍କ ଦ୍ୱାରସ୍ଥ ହେଲେ ବାପା
ଛତ୍ରପୁର, (ଦେବଦତ୍ତ ମହାରଣା) : ଶେରଗଡ ଥାନା ଅନ୍ତର୍ଗତ କୁରୁଳା ଗ୍ରାମର ବାଦଲ ସାହୁ (୧୬) କୁ ମରଣାତ୍ମକ ଆକ୍ରମଣ ହୋଇଥିବା ନେଇ ମଙ୍ଗଳବାର ଗଞ୍ଜାମ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ରଞ୍ଜନ ସାହୁଙ୍କ କହିବା ଅନୁସାରେ ତାଙ୍କ ପୁଅ ବାଦଲ ସେହି ଗ୍ରାମର ନାରାୟଣ ମହାରଣାଙ୍କ ସହ ମହାରଣା କାମ କରିବାକୁ ଯାଉଥିଲା । ନାରାୟଣ ବାଦଲକୁ ପାରିଶ୍ରମିକ ନ ଦେବାରୁ ବାଦଲ ଓ ନନାରାୟଣ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା । ପରେ ନାରାୟଣ ଓ ତାର କିଛି ସହ ଯୋଗୀ ବାଦଲକୁ ଟଙ୍କା ଦେବାକୁ ଡାକି ନେଇ ନିକଟରେ ଥିବା ବେଞ୍ଜିପଲ୍ଲୀ ଚାଂଚଣା ପଡିଆ ଠାରେ ମରଣାତ୍ମକ ଆକ୍ରମଣ କରିଥିଲା ଏନେଇ ରଞ୍ଜନ ସାହୁ ଶେରଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ କିଛି ସୁଫଳ ନ ମିଳିବାରୁ ସେମାନେ ବାଧ୍ୟ ହୋଇ ଆଜି ଗଞ୍ଜାମ ଏସପିଙ୍କୁ ଭେଟି ସେମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରାଯିବା ସହିତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗୁହାରି କରିଛନ୍ତି ।