ଗଞ୍ଜାମ ଏସପିଙ୍କ ଦ୍ୱାରସ୍ଥ ହେଲେ ସୁବଳୟା ପଂଚାୟତ ବାସୀ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଞ୍ଜାମ ବ୍ଲକ ସୁବଳୟା ପଂଚାୟତର ନିଦ୍ୱର୍ନ୍ଦ ସମିତିସଭ୍ୟା ମାମି ଦାସ ଓ ତାଙ୍କ ସ୍ୱାମୀ ଅପହରଣ ଘଟଣାକୁ ଦୃଢ ନିନ୍ଦା କରିବା ସହିତ ସମିତିସଭ୍ୟାଙ୍କୁ ଫେରାଇ ଆଣିବା ଦାବି ନେଇ ଆଜି ସୁବଳୟା ପଞ୍ଚାୟତର ଶତାଧିକପଂଚାୟତବାସୀ ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଘଟଣାରେ ସଂପୃକ୍ତ ଥିବା ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସେମାନେ ଦାବୀ କରିଛନ୍ତି । ମାମି ଦାସ ଓ ତାଙ୍କ ସ୍ୱାମୀଙ୍କୁ ପ୍ରଶାନ୍ତ ନାୟକ ଅପହରଣ କରି ତାଙ୍କୁ ଧମକ ଚମକ ଦେଉଥିବା ନେଇ ସମିତିସଭ୍ୟା ମାମି ଦାସଙ୍କ ଶାଶୁ ଓ ଦିଅର ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଘଟଣାରୁ ଗୁରୁତ୍ୱ ନେଇ ତୁରନ୍ତ ମାମି ଦାସଙ୍କୁ ଫେରାଇ ଆଣିବା ନିମନ୍ତେ ସୁବଳୟା ପଂଚାୟତ ବାସୀ ଦାବି କରିଛନ୍ତି । ନଚେତ୍ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ପଞ୍ଚାୟତବାସୀ କଡା ଚେତାବନୀ ଦେଇଛନ୍ତି । ଏନେଇ ସୁବଳୟାପଂଚାୟତର ଏକ ପ୍ରତିନିଧି ଦଳ ଗଞ୍ଜାମ ଏସପି ବ୍ରିଜେସ୍ କୁମାର ରଏଙ୍କୁ ଭେଟି ଘଟଣା ସଂପର୍କରେ ଅବଗତ କରାଇବା ସହ ପଂଚାୟତରେ ଶାନ୍ତି ବଜାୟ ନିମନ୍ତେ ତୁରନ୍ତ ପୋଲିସ୍ ପ୍ରଶାସନ ପକ୍ଷରୁ ମାମି ଦାସକୁ ଫେରାଇ ଆଣିବା ନିମନ୍ତେ କାର୍ଯ୍ୟ କରିବାକୁ ସେମାନେ ଅନୁରୋଧ କରିଥିଲେ । ଗତ କିଛି ଦିନ ତଳେ ସମିତିସଭ୍ୟା ମାମି ଦାସଙ୍କୁ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ ଅପହରଣ କରିଥିବା ନେଇ ପୂର୍ବରୁ ରମ୍ଭା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏହା ସହିତ ପଂଚାୟତ ବାସୀ ପ୍ରଶାନ୍ତ ନାୟକଙ୍କ ନିଜ ଗାଁ କରପଡା ଗ୍ରାମରେ ଶୋଭାଯାତ୍ରା କରି ଶ୍ରୀ ନାୟକଙ୍କ ବିରୁଦ୍ଧରେ ବିଭିନ୍ନ ନାରାବାଜି ଦେବା ସହ ତୁରନ୍ତ ମାମିଦାସଙ୍କୁ ଫେରାଇ ଆଣିବା ପାଇଁ ପ୍ରତିବାଦ କରିଥିଲେ । ଏଯାଏଁ ତାଙ୍କୁ ଫେରାଇ ଦିଆଯାଇନଥିବାରୁ ପଂଚାୟତ ବାସୀ ଆଜି ଗଞ୍ଜାମ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ