ଗଞ୍ଜାମ ଏସପି ଙ୍କ କାର୍ଯ୍ୟାଳୟ ରେ 4 ପୋଲିସ କର୍ମଚାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେଲେ ଏସପି
ଛତ୍ରପୁର, (ଦେବଦତ୍ତ ମହାରଣା) : ଗଂଜାମ ପୋଲିସ ଜିଲାରେ କାର୍ଯ୍ୟରତ ୪ ପୋଲିସ କର୍ମଚାରୀଙ୍କୁ ଗୁରୁବାର ଏସପି ବ୍ରିଜେଶ କୁମାର ରଏ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦେଇଛନ୍ତି । ଛତ୍ରପୁରସ୍ଥିତ ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶେରଗଡ ଥାନା ହାବିଲଦାର ଜଗବନ୍ଧୁ ସ୍ୱାଇଁ, ହିଂଜିଳି ଥାନା କନେଷ୍ଟବଳ ସିମାଂଜଳ ଶତପଥି, ଚମାଖଣ୍ଡି ଥାନା କନେଷ୍ଟବଳ ଶଶୀଭୂଷଣ ବେହେରା ଓ ଛତ୍ରପୁର ଥାନା କନେଷ୍ଟବଳ ରାମ ଚନ୍ଦ୍ର ବେହେରାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର ଓ ବିଜୟ କୁମାର ମଲ୍ଲୀକ , ଡିଏସପି ସାମୁଏଲ ପ୍ରଧାନ ଓ ଡିଏସପି ସୀମା ସ୍ୱାଇଁ, ଆସିଷ୍ଟାଂଟ କମାଣ୍ଡାଂଟ ମାନଓ ରଂଜନ ମହାନ୍ତି , ସର୍ଜନ ସଂଜୟ କୁମାର ବାରିକ ଓ ବିବେକାନନ୍ଦ ନାୟକ, ଏ.ରାବଣା ରାଓ ପ୍ରମୁଖ ଉପସ୍ଥିତ ଥିଲେ ।


