ଗଞ୍ଜାମ ଏସବିଆଇର ନୂତନ ଶାଖା ପରିଚାଳକ କାଶୀନାଥ ଦାସ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ଏସବିଆଇର ନୂତନ ଶାଖା ପରିଚାଳକ ରୂପେ କାଶୀନାଥ ଦାସ ଦାଇତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ବ୍ରହ୍ମପୁର ମୁଖ୍ୟ ଦପ୍ତରରେ କାର୍ଯ୍ୟରତ ଥିଲେ। ଏଠାରେ ଥିବା ଶାଖା ପରିଚାଳକ ଶିବାଶିଶ ଷଡଙ୍ଗୀଙ୍କୁ ବ୍ରହ୍ମପୁର ଭଞ୍ଜବିହାର ଶାଖାକୁ ବଦଳି ହୋଇଛି। ଗଞ୍ଜାମର ନୂତନ ଶାଖା ପରିଚାଳକ ଦାସଙ୍କୁ ବ୍ୟାଙ୍କର ସମସ୍ତ ପଦାଧିକାରୀ , ବିଭିନ୍ନ ବର୍ଗର ଲୋକେ ଶୁଭେଚ୍ଛା ଜଣାଇଥିବା ବେଳେ,
ଗ୍ରାହକଙ୍କୁ ଉତ୍ତମ ସେବା ପ୍ରଦାନ , ସମୟାନୁବର୍ତ୍ତିତା ସହ ବ୍ୟାଙ୍କର ବିଭିନ୍ନ ସ୍କିମ ସମ୍ପର୍କରେ ଗ୍ରାହକ ପାଖରେ ଯେପରି ପହଞ୍ଚିପାରିବ ସେନେଇ ଗୁରୁତ୍ୱ ଦେବେ ବୋଲି କହିଛନ୍ତି।


