ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଥିବା କେନ୍ଦ୍ର ସଂଚାଳକଙ୍କ ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଥିବା ଓକେସିଏଲର ଅଧିକୃତ କେନ୍ଦ୍ରମାନଙ୍କ ସଞ୍ଚାଳକଙ୍କ ଏକ ବୈଠକ ଛତ୍ରପୁର ସ୍ଥିତ ଜିଲ୍ଲା ମୂଖ୍ଯ କେନ୍ଦ୍ର ପରିସରରେ ରବିବାର ଆୟୋଜିତ ହୋଇଯାଇଛି। ଓକେସିଏଲର ଗଞ୍ଜାମ ଜିଲ୍ଲା ମୂଖ୍ଯ ଏସ ରେଖା ମହାନ୍ତିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ମୂଖ୍ଯ ଅତିଥି ଭାଦେ ଯୋଗ ଦେଇ ଆନୁଷ୍ଠାନିକ ଉଦଘାଟନ କରିବା ସହ ନୂତନ ପ୍ରଯୁକ୍ତି ବିଦ୍ୟାର ସଫଳ ରୂପାୟନ କରିବା ପାଇଁ ରାଜ୍ଯ ସରକାର ନେଉଥିବା କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଉପସ୍ଥିତ ଉଦ୍ୟୋଗୀ ମାନଙ୍କୁ ଆହ୍ୱାନ ଦେଇଥିଲେ। ଓକେସିଏଲର ଗଜପତି ଜିଲ୍ଲା ମୂଖ୍ଯ ଶ୍ରୀକାନ୍ତ ମହାନ୍ତି ଓକେସିଏଲର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲାର ଶ୍ରେଷ୍ଠ ପ୍ରଦର୍ଶନ କାରୀ ଅଧିକୃତ କେନ୍ଦ୍ରମାନଙ୍କ ସଞ୍ଚାଳକଙ୍କୁ ଏହି ଅବସରରେ ପୁରସ୍କୃତ କରିଥିଲେ। ଗଞ୍ଜାମ ଓ ଗଜପତି ଜିଲ୍ଲାର ୫୨ ଜଣ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ।


