ଗଞ୍ଜାମ କଲେଜରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ମହାବିଦ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଯୁବ ଓଡିଶା ନୂଆ ଓଡିଶା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ରାଜ୍ୟ କୃଷି କୃଷକ ସଶକ୍ତିକରଣ ବିଭାଗ ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା,ସମ୍ମାନିତ ଅତିଥି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ନାଟ୍ୟକାର ରବିନାରାୟଣ ବେହେରା, ଏନଏସି ଅଧକ୍ଷା ପ୍ରତିଭା ପାଢ଼ୀ, ମୁଖ୍ୟ ବକ୍ତା ପୂର୍ବତନ କଲେଜ ଅଧକ୍ଷ ଡ଼କ୍ଟର ପ୍ରବୀଣ କୁମାର ନନ୍ଦ, ଅଧ୍ୟାପକ ଗଦାଧର ସାହୁ ମଞ୍ଚାସିନ ଥିଲେ l କଲେଜ ଅଧ୍ୟକ୍ଷ ସିମାଞ୍ଚଳ ଭୋଳ ସଭାପତିତ୍ୱ କରିଥିବା ବେଳେ ଓଡ଼ିଆ ଅଧ୍ୟାପକ ସୁଶାନ୍ତ ମହାନନ୍ଦ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ଇଂଲିଶ ଅଧ୍ୟାପକ ଦୁର୍ଗା ପ୍ରସାଦ ଦାସ ଓ ଇତିହାସ ଅଧ୍ୟାପକ ରବୀନ୍ଦ୍ର ସେଠୀ କଲେଜ ହୋଇଥିବା ପ୍ଳାଷ୍ଟିକ ବର୍ଜନ, ଯୌତୁକ ପ୍ରଥା ଉଛେଦ, ବାଲ୍ୟ ବିବାହ ଉଛେଦ ଆଦି ସଚେତନତା କାର୍ଯ୍ୟକ୍ରମ, ଯୋଗଶିବିର ରକ୍ତଦାନ ଶିବିର, ସାଂସୃତିକ କାର୍ଯ୍ୟକ୍ରମ, ସ୍ଵଛତା ଅଭିଯାନ, ସଡ଼କ ସୁରକ୍ଷା ଅଭିଯାନ ଆଦି ବିଭିନ୍ନ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ l ଯୁବ ଦକ୍ଷତା ବୃଦ୍ଧି ଓ କଲେଜର ଭିତ୍ତି ଭୂମି ପାଇଁ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ ବୋଲି ଡ଼ିଆଇପିଆରଓ ବେହେରା ମତ ବ୍ୟକ୍ତ କରିଥିଲେ lଅରୁନ୍ଧତୀ ସିଂ କୃତି ପ୍ରତିଯୋଗୀଙ୍କ ଙ୍କୁ ପୁରସ୍କାର କାର୍ଯ୍ୟକ୍ରମ ର ବିବରଣୀ ପ୍ରଦାନ କରିଥିଲେ l ଏହାକୁ କଲେଜ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ପ୍ରମୁଖ ପରିଚାଳନା କରିଥିଲେ ପରେ ଛାତ୍ରୀଛାତ୍ରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା lଉକ୍ତ କାର୍ଯ୍ୟକ୍ରମରେ କଲେଜ ପରିଚାଳନା କମିଟି ସଭାପତି ଓ ସ୍ଥାନୀୟ ବିଧାୟକ ଅନୁପସ୍ଥିତ ରହିଥିବା ନେଇ ଚର୍ଚ୍ଚା ହୋଇଥିଲା l


