ଗଞ୍ଜାମ କଲେଜ ରେ ଜାତୀୟ ବିଜ୍ଞାନ ଦିବସ
ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ମହାବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ସୋମବାର ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ଼ଃ.ପ୍ରବୀଣ କୁମାର ନନ୍ଦ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗ୍ରାସୀମ କମ୍ପାନୀ ୟୁନିଟ ମୁଖ୍ୟ ଦିଗ ବିଜୟ ପାଣ୍ଡେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରାଣି ବିଜ୍ଞାନ ବିଭାଗ ସହଯୋଗୀ ଅଧ୍ୟାପକ ଡ଼ଃ. ବିଶ୍ୱରଞ୍ଜନ ମେହେର,ସମ୍ମାନିତ ଅତିଥିଭାବେ ଭାବେ ଭୁବନେଶ୍ୱର ଜୀବନ ବିଜ୍ଞାନ ଆଇ ଏଲ ଏ ସାଇଣ୍ଟିଷ୍ଟ ଡ଼ଃ.ଅମରେଶ ଚନ୍ଦ୍ର ପଣ୍ଡା,କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ମହେନ୍ଦ୍ର ସେଠି,ପଦାର୍ଥ ବିଜ୍ଞାନ ବିଭାଗୀୟ ଅଧ୍ୟାପକ ପ୍ରମୁଖ ଯୋଗଦେଇ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଏକିକୃତ ଆଭିମୁଖ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସମ୍ପର୍କରେ ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ । ଇଂରାଜୀ ବିଭାଗୀୟ ଅଧ୍ୟାପିକା ଡ଼ଃ.ସ୍ମରଣୀକା ହୋତା ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।ଉକ୍ତକାର୍ଯ୍ୟକ୍ରମର ଉପଦେଷ୍ଟା ପ୍ରାଧ୍ୟାପକ ଅମର ପ୍ରସାଦ ବିଶୋଇ, ନିଗମ ସ୍ବାଇଁ,ନରୋତ୍ତମ ମାନା,ଦୁର୍ଗା ପ୍ରସାଦ ଦାଶ,ପିତାମ୍ବର ବେହେରା,ପୁରୁଷୋତ୍ତମ ସାହୁ,ଗିରିଷ ଆଚାର୍ଯ୍ୟ ପ୍ରମୁଖ ଅଧ୍ୟାପକ ଓ କର୍ମଚାରୀ ପ୍ରଦୀପ୍ତ କୁମାର ପଟନାୟକ ସହଯୋଗ ରେ କାର୍ଯ୍ୟକ୍ରମର ସୁପରିଚାଳନା ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଓ ଛତ୍ରପୁର ଅଞ୍ଚଳର ୧୬ ଗୋଟି ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଯୋଗଦେଇ ବିଜ୍ଞାନ ସମ୍ପର୍କୀତ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ ।