ଗଞ୍ଜାମ କୃମି ସମାଜ ପକ୍ଷରୁ ଗଞ୍ଜାମ ଏସପି ଓ ତିନି ଅତିରିକ୍ତ ଏସପିଙ୍କୁ ସମ୍ବର୍ଦ୍ଧନା
ଛତ୍ରପୁର (ଦେବଦତ୍ତ ମହାରଣା): ବ୍ରହ୍ମପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଗଞ୍ଜାମ କୃମି କ୍ଷତ୍ରିୟ ସମାଜ ପକ୍ଷରୁ ଗଞ୍ଜାମ ଏସପି ବ୍ରିଜେସ୍ କୁମାର ରାଏଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପୂର୍ବରୁ ଶ୍ରୀ ରାଏ ଏସପି ଭାବେ ରାୟଗଡା ଜିଲ୍ଲାରେ କାର୍ଯ୍ୟ କରୁଥିବା ବେଳେ ବହୁ ମାଓ ଦମନ ଓ ଅପରାଧ ନିୟନ୍ତ୍ରଣ କରିଥିବାରୁ ଏସପି ଶ୍ରୀ ରାଏଙ୍କୁ ସମ୍ବର୍ଦ୍ଧିତ କରିଥିବା ଗଞ୍ଜାମ କୃମି କ୍ଷତ୍ରିୟ ସମାଜର ସଭାପତି ଇଂ ଅଭିମନ୍ୟୁ ପ୍ରଧାନ ସୂଚନା ଦେଇଛନ୍ତି । ତା ସହିତ ଗଞ୍ଜାମରେ କରୋନା ର ସ୍ଥିତି ନିୟନ୍ତ୍ରଣ କୁ ଆଣିବା ଓ କୋରନା ସମୟରେ ଲୋକଙ୍କୁ ସଚେତନତା କରାଇ ପୋଲିସ୍ ର କାର୍ଯ୍ୟ ଧାରାକୁ ଉତ୍ତମ ମାନର କରିବାରେ ମୁଖ୍ୟ ପୁରୁଖା ସାଜିଥିଲେ । ଏଣୁ ଗଞ୍ଜାମ କୃମି ସମାଜର ସଭାପତି ଇଂ ଅଭିମନ୍ୟୁ ପ୍ରଧାନ ଛତ୍ରପୁର ସ୍ଥିତ ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟକୁ ଆସି ଗଞ୍ଜାମ ଏସପି ବ୍ରିଜେସ୍ ରାଏଙ୍କୁ ଉପଢୌକନ ସହ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧନା କରିଥିଲେ । ଏହା ସହ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଅଶୋକ ମହାନ୍ତ ଓ ବିଜୟ କୁମାର ମଲ୍ଲିକଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମାଜସେବୀ ରାକେଶ ପ୍ରଧାନ ଉପସ୍ଥିତ ରହି ୪ ଜଣ ବରିଷ୍ଠ ପୋଲିସ୍ ଅଧିକାରୀଙ୍କୁ ସମ୍ବର୍ଦ୍ଦନା କରିବାରେ ସହାୟତା ପ୍ରଦାନ କରିଛନ୍ତି । ଇଂ ଶ୍ରୀ ପ୍ରଧାନ ପୂର୍ବରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକଙ୍କ ହିତ ନିମନ୍ତେ ବିଭିନ୍ନ କାର୍ଯ୍ୟ କରି ଆସୁଥିବା ବେଳେ କରୋନା ମହାମାରୀ ସମୟରେ ଗତ ୧୧ ମାସ ଧରି ଜିଲ୍ଲାର ବିଭିନ୍ନ ସ୍ଥାନ ପରିକ୍ରମା କରି ଲୋକମାନେ କିପରି କରୋନାରୁ ଦୂରେଇ ରହିବେ ସେଥି ନିମନ୍ତେ ସଚେତନତା କରିବା ସହ ପ୍ରାୟ ୧୦ ହଜାର ରୁ ଉର୍ଦ୍ଧ୍ୱ ମାସ୍କ ବଣ୍ଟନ କରିଥିବା ସେ କହିଛନ୍ତି । ଏହା ସହ ଗଞ୍ଜାମ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବହୁ ପ୍ରଶାସନିକ ଓ ପୋଲିସ୍ ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ କୋଭିଡ୍ ଯୋଦ୍ଧା ଭାବେ ସମ୍ମାନିତ କରିଛନ୍ତି ।