ଗଞ୍ଜାମ ଗସ୍ତରେ ବିଶ୍ୱ ବ୍ୟାଙ୍କର ୬ ଜଣିଆ ପ୍ରତିନିଧି ଦଳ
ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲା ଓ ଓଡିଶା ସାରା ବିଶ୍ୱରେ ବିପର୍ଯ୍ୟୟ ର ପୂର୍ବ ପ୍ରସ୍ତୁତି, ମଧ୍ୟରେ ପରିଚାଳନା ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ ଉପଯୁକ୍ତ ଥଇଥାନ ନେଇ ପ୍ରଶଂସିତ ହୋଇଛି । ଏନେଇ ଗୁରୁବାର ବିଶ୍ୱ ବ୍ୟାଙ୍କର (ସାମାଜିକ ସୁରକ୍ଷା ଓ ପରିବେଶ)ର ଏକ ୬ ଜଣିଆ ପ୍ରତିନିଧି ଦଳ ଗଞ୍ଜାମ ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲି ଏହାର ଅନୁଭୂତି ସାଉଁଟିଛନ୍ତି । ଟିମ୍ ର ମୁଖ୍ୟ ଅନେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ପ୍ରଥମେ ଛତ୍ରପୁର ବ୍ଲକର କଣମଣା ସ୍ଥିତ ବାତ୍ୟା ଆଶ୍ରୟସ୍ଥଳ ବୁଲି ତଦାରଖ କରିବା ସହିତ ସେଠାରେ ଥିବା ପଂଚାୟତ ପ୍ରତିନିଧି, ମହିଳା ସଂଘ, ବାତ୍ୟା ଆଶ୍ରୟସ୍ଥଳୀ କମିଟିର ସଭ୍ୟ ମାନଙ୍କ ସହ ଏ ବିଷୟରେ ପଚାରି ବୁଝିବା ସହ ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରକ୍ରିୟା ସମ୍ବଦ୍ଧରେ ଆଲୋଚନା କରିଛନ୍ତି । ପରେ ଏହି ପ୍ରତିନିଧି ଦଳ ଆର୍ଯ୍ୟପଲ୍ଲୀ ସ୍ଥିତ ମୋ ସେବା କେନ୍ଦ୍ର ପରିଦର୍ଶନ କରିଛନ୍ତି । କେନ୍ଦ୍ର ପକ୍ଷରୁ ଲୋକଙ୍କୁ ସଠିକ୍ ଭାବେ ସେବା ପ୍ରଦାନ କରାଯାଉଛି କି ନାହିଁ ତାହାର ତଦାରଖ କରିବା ସହ ଅଂଚଳର ମହିଳା ମାନେ ଏହି କେନ୍ଦ୍ରକୁ ଆସି ବିଭିନ୍ନ କାର୍ଯ୍ୟ କରିବାରେ ଆଗ୍ରହ ପ୍ରକାଶ କରୁଛନ୍ତି କି ନାହିଁ ଏହାର ମଧ୍ୟ ସେମାନେ ସଠିକ୍ ଅନୁଧ୍ୟାନ କରିଛନ୍ତି । ଏହି ପରିଦର୍ଶନ ବେଳେ ବିଶ୍ୱ ବ୍ୟାଙ୍କ ପ୍ରତିନିଧି ଦଳର ବି. ଦତ୍ତା, ଇନ୍ଧାଣୀ ଘୋଷ, ସାଇନିତୀ, ଓସଡମା ର ସେଲ୍ଟର ଏକ୍ସପୋର୍ଟ ମେଘନାଦ ବେହେରା, ଓସଡମା ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅବନୀକାନ୍ତ ଭୂୟାଁ, ଜିଲ୍ଲା ସଂଯୋଜକ ଜୀବନ୍ତ କୁମାର ଛିଞ୍ଚାଣି, କାମଧେନୁ ସେବା ସମିତି ସମ୍ପାଦକ ଟୁନା ମହାରଣା, ଶ୍ରୀରାମଚନ୍ଦ୍ରପୁର ସମିତିସଭ୍ୟ ଏସ୍. ଚକ୍ରପାଣି ରେଡ୍ଡୀ, କଣମଣା ବାତ୍ୟା ଆଶ୍ରୟସ୍ଥଳୀର ସଭାପତି ତଥା ସରପଂଚ ବି. ଦମୟନ୍ତି, ସମ୍ପାଦକ ଚନ୍ଦନ ବେହେରା, ୱାର୍ଡ ମେମ୍ବର ନରସିଂହ ପ୍ରଧାନ, କେ.ଅଙ୍କିତା ରେଡ୍ଡୀ, ରାବଣା ସ୍ୱାମୀ, ମୋ ସେବା କେନ୍ଦ୍ର ର ଜିଲ୍ଲା ସଂଯୋଜକ ସରୋଜ କୁମାର ପାଢୀ, ପିଇଓ ସନ୍ତୋଷ କୁମାର ବେହେରା, କଣମଣା ସ୍କୁଲର ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଅଜିତ କୁମାର ସେଠୀଙ୍କ ସମେତ ବହୁ ମହିଳା ମାନେ ଉପସ୍ଥିତ ଥିଲେ ।