ଗଞ୍ଜାମ ଜିଲାପାଳଙ୍କ ଜଗନ୍ନାଥ ପ୍ରସାଦ ବ୍ଲକ ଗ୍ରସ୍ତ
ଭଞ୍ଜନଗର/ଜଗନ୍ନାଥ ପ୍ରସାଦ, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଜଗନ୍ନାଥ ପ୍ରସାଦ ବ୍ଲକ କୁ ଗ୍ରସ୍ତ କରି କୋରନା ସମ୍ପର୍କ ରେ ସମୀକ୍ଷା କରିବା ସହ ଗ୍ରାମକୁ ଗ୍ରାମ ବୁଲି ଜନସାଧାରଣଙ୍କୁ ଭେଟି କୋରନା ସମ୍ପର୍କ ରେ ସଚେତନତା କରାଇବା ସହ ସଂଗରୋଧ କେନ୍ଦ୍ର ରେ ଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ଭେଟି ଥିଲେ।ଜଗନ୍ନାଥ ପ୍ରସାଦ ବ୍ଲକ କାର୍ଯ୍ୟଳୟ ରେ ବି.ଡି.ଓ ସୁରେଶ ଚନ୍ଦ୍ର ପଣ୍ଡା ଙ୍କ ସହ କୋରନା ସଂପର୍କିତ ବହୁ ତଥ୍ୟ ଉପରେ ଆଲୋଚନା କରିଥିଲେ।ଏହା ପରେ ଜିଲାପାଳ ଶ୍ରୀ କୁଲାଙ୍ଗେ ବ୍ଲକ ରୁ ବାହାରି ଜଗନ୍ନାଥ ପ୍ରସାଦ ର ଜଳିସାହି,ଗଡସହି, ବଡଦାଣ୍ଡ ସାହି କି ଯାଇ ସଂଗରୋଧ କେନ୍ଦ୍ର ରୁ ଫେରି ଗ୍ରାମରେ ରହୁଥିବା ପ୍ରବାସୀ ଓଡ଼ିଆ ମାନକୁ ଓ ଜନସାଧାରଣ ଙ୍କୁ ଭେଟି କୋରନା ସମ୍ପର୍କିତ ବହୁ ସଚେତନତା ବାର୍ତ୍ତା ଦେବା ସହ ପ୍ରବାସୀ ଓଡ଼ିଆ ମାନେ ଗୃହରୋଧ ରେ ରହିବା ସହ ,ବାହାର ପୋଖରୀ ରେ ନ ଗାଧୋଇବା,ମାକ୍ସ ପିନ୍ଧିବା, ବାହାରେ ମଳ ତ୍ୟାଗ ନ କରିବା ସମ୍ପର୍କରେ ସଚେତନତା କରାଇଥିଲେ।ଏହା ପରେ ଜିଲ୍ଲାପାଳ ନୁଆଁ ଗୋଛାବାଡି,ବି.ଡି.ପୁର,ଅଲାଡି,ଗ୍ରାମକୁ ଯାଇ, ସେଠି ଥିବା ସଂଗରୋଧ କେନ୍ଦ୍ର କୁ ଯାଇ ପ୍ରବାସୀ ଓଡ଼ିଆ ମାନକୁ ଭେଟି ସମସ୍ତ କଥା ପଚାରି ବୁଝିଥିଲେ।ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଙ୍କ ଗ୍ରସ୍ତ ସମୟରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ଜଗନ୍ନାଥ ପ୍ରସାଦ ବି.ଡି.ଓ ସୁରେଶ ଚନ୍ଦ୍ର ପଣ୍ଡା, ସହକାରୀଯନ୍ତ୍ରୀ ଶ୍ୟାମଘନ ପ୍ରଧାନ,କନ୍ଧମାଳ ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ, ଜଗନ୍ନାଥ ପ୍ରସାଦ ବ୍ଲକ ଉପାଦକ୍ଷ ହିମାଂଶୁ ଶେଖର ବାରିକ,ବରଗାଁ ସରପଞ୍ଚ ଉମା ଶଙ୍କର ବାରିକ, ବି.ଡି.ପୁର ସମିତିସଭ୍ୟ ଅମୀର ସ୍ଵାଇଁ, ସମତେ ବହୁ ପଂଚାୟତ ସମ୍ପ୍ରସାରଣ ଅଧିକାରୀ, ଅଙ୍ଗନବାଡି କର୍ମୀ,ଆଶା କର୍ମୀ ,ଜନପ୍ରତିନିଧି ସାମିଲ ଥିଲେ।


