ଗଞ୍ଜାମ ଜିଲ୍ଲସ୍ତରୀୟ ପେନସନ ଅଦାଲତ ଉଦଘାଟିତ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ), ଓଡିଶା ସହଯୋଗରେ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ସ୍ଥାନୀୟ “ଋଷିକୂଲ୍ୟା ” ଡିଆଡିଏ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି l ଏହି ଉଦଘାଟନୀ ଉତ୍ସବରେ ଜିଲ୍ଲାପାଳ ଶ୍ରୀ ପରିଡା ମୁଖ୍ୟତିଥି,ବରିଷ୍ଠ ଉପ -ମହାଲେଖାକାର ଶ୍ରୀରାଜ ଅଶୋକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଲୀନା ଖେସ, ଉପ ମହାଲେଖାକାର (ପେନସନ ) ଶ୍ରୀମତୀ ଏସ. ଅରୁଣା,ସମ୍ମାନୀୟ ଅତିଥିଭାବେ ଯୋଗଦେଥିଲେ l ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ ମହାଲେଖାକାର କାର୍ଯ୍ୟାଳୟ ପକ୍ଷରୁ ଅବସରପ୍ରାପ୍ତ କର୍ମଚାରୀମାନଙ୍କର ଅବସରକାଳୀନ ପ୍ରାପ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ପଦକ୍ଷେପ ନେଇଥିବାରୁ ଏହାର ଉଚ୍ଚ ପ୍ରଶଂସା କରିଥିଲେ l ଯାହାଫଳରେ ଅବସରପ୍ରାପ୍ତ କର୍ମଚାରୀ ସେମାନଙ୍କର ଅବସରକାଳୀନ ପ୍ରାପ୍ୟ ପାଇବା ପାଇଁ ବାରମ୍ବାର ଭୁବନେଶ୍ୱର ଦୌଡିବାକୁ ପଡିବ ନାହିଁ l ବରିଷ୍ଠ ଉପ ମାହାଲେଖାର ଶ୍ରୀରାଜ ଅଶୋକ ପେନସନ ମଞ୍ଜୁରକର୍ତ୍ତା ଠିକ ସମୟରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କର ପେନସନ କାଗଜପତ୍ର ଏ. ଜି କାର୍ଯ୍ୟାଳୟକୁ ପଠାଯାଉ ନଥିବାରୁ ପେନସନ ପ୍ରଫନରେ ବିଳମ୍ବ ହେଉଛି ବୋଲି ପ୍ରକାଶ କରିଥିଲେ l ଗଞ୍ଜାମ ଜିଲ୍ଲାର ପ୍ରାୟ ୪୦୦ ଜଣଙ୍କର ଅବସରକାଳୀନ ପେନସନ କାଗଜ ପତ୍ର ଏ. ଜି କାର୍ଯ୍ୟାଳୟରେ ପହଞ୍ଚି ନ ଥିବାରୁ ସେମାନଙ୍କର ଅବସରକାଳୀନ ପ୍ରାପ୍ୟ ପାଇବାକୁ ଅପେକ୍ଷାରେ ଅଛନ୍ତି l ସେମାନଙ୍କର ପେନସନ କାଗଜ ପତ୍ର ଯଦି ଏହି ଅଦାଲତରେ ଉପସ୍ଥାପିତ କରାଯାଇପାରିବ ସେମାନେ ଆସନ୍ତା ସାତ ଦିନ ମଧ୍ୟରେ ସେମାନଙ୍କ ଅବସରକାଳୀନ ପ୍ରାପ୍ୟ ଏ. ଜି କାର୍ଯ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଇପାରିବ ବୋଲି ଉପମାହାଲେଖକର ସୁଶ୍ରୀ ଅରୁଣା କହିଥିଲେ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଖେସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡେପୁଟି କଲେକ୍ଟର ସୁକାନ୍ତ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ତଵୃତ୍ୱ ଅଭିଯୋଗ ଶୁଣାଣି କରି ଜିଲ୍ଲାପାଳ,ଶ୍ରୀ ପରିଡା,ବରିଷ୍ଠ ଉପ ମହାଲେଖାକାର ଶ୍ରୀରାଜ ଅଶୋକ, ଅତିରିକ୍ତ ଜିଲ୍ଲାପାଳ ୮ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅବସରକାଳୀନ ପ୍ରାପ୍ୟର ମଞ୍ଜୁରୀ ଆଦେଶ ପ୍ରଦାନ କରିଥିଲେ l ବରିଷ୍ଠ ଲେଖା ଅଧିକାରୀ ନାଗେଶ ରାଓ ଓ ମନୋରଞ୍ଜନ ପାଣିଗ୍ରାହୀ ଏହି ପେନସନ ଅଦାଲତ ପରିଚାଳନା କରିବା ସହ ନୂଆ ପଦ୍ଧତି ଅନଲାଇନ ମାଧ୍ୟମରେ କିପରି ପେନସନ କାଗଜ ଏ. ଜି କାର୍ଯ୍ୟାଳୟକୁ କିପରି ପଠାଯାଇପାରିବ ତା ଉପରେ ମଂଜୁରକର୍ତ୍ତାମାନଙ୍କୁ ତାଲିମ ପ୍ରଦାନ କରିଥିଲେ l ଆୟୋଜିତ ତାଲିମ କର୍ମଶାଳା ରେ ଗଞ୍ଜାମ ଜିଲ୍ଲାର ୨୨ଗୋଟି ପଞ୍ଚାୟତ ସମିତିର ୩୫୦ ଜଣ ଡିଡିଓ ତାଲିମ ଗ୍ରହଣ କରିଥିଲେ lଏହି ଅଦାଲତ କୁ ସହକାରୀ କଲ୍ୟାଣ ଅଧିକାରୀ ସୁଦର୍ଶନ ସାହୁ, କଲ୍ୟାଣ କୁମାର ପଣ୍ଡା, ସ୍ୱତନ୍ତ ଅଧିକାରୀ ପୁରୁଷୋତ୍ତମ ବଳ, ପ୍ରତିଷ୍ଠାନ ଅଧିକାରୀ ଲଷ୍ମୀନାରାୟଣ ପାଣିଗ୍ରାହୀ, ଚନ୍ଦ୍ରଶେଖର ବେହେରା, ନିରଞ୍ଜନ ଚୌଧୁରୀ ଓ ପାପୁନ କୁମାର ପଢିଆରି ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ