ଗଞ୍ଜାମ ଜିଲ୍ଲାପାଳଙ୍କ ଓସ୍ୱାନ ସମ୍ମିଳନୀ କକ୍ଷ ଠାରେ ରାଜସ୍ୱ ସମୀକ୍ଷା ବୈଠକ

ଛତ୍ରପୁର (ଦେବଦତ୍ତ ମହାରଣା) : ଗଞ୍ଜାମ ଜିଲ୍ଲାପାଳଙ୍କ ଓସ୍ୱାନ ସମ୍ମିଳନୀ କକ୍ଷ ଠାରେ ଶୁକ୍ରବାର ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ସମୀକ୍ଷା ବୈଠକ ଭିସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ରାଜସ୍ୱ ସେବା ଗୁଡିକ ୫ ଟି ଆଧାରରେ ସେବା ଯୋଗାଇଦେବା ନିମନ୍ତେ ଗୁରୁତ୍ୱାରୋପ କରିଛନ୍ତି । ମୋ ଗାଁ ରେ ତହସିଲ ଓ ରାଜସ୍ୱ ରଥ ମାଧ୍ୟମରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିଭିନ୍ନ କାର୍ଯ୍ୟ ଗୁଡିକ ସମାଧାନ କରିବା ସହ ହିତାଧିକାରୀ ମାନଙ୍କୁ ଉଚିତ୍ ସେବା ଯୋଗାଇ ଦେବା ନିମନ୍ତେ ରାଜସ୍ୱ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସରକାରଙ୍କ ଟାର୍ଗେଟ ଅନୁଯାୟୀ ସମସ୍ତ ତହସିଲ ସ୍ତରରେ ଶତ ପ୍ରତିଶତ କିପରି ରାଜସ୍ୱ ଆଦାୟ କରାଯିବ ସେଥି ନିମନ୍ତେ କାର୍ଯ୍ୟ କରିବାକୁ ମଧ୍ୟ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି । ଚଳିତ ବର୍ଷ ସରକାରଙ୍କ ପକ୍ଷରୁ ଜିଲ୍ଲାକୁ ୧୦୫ କୋଟି ଟଙ୍କା ରାଜସ୍ୱ ଆଦାୟ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୦ ପ୍ରତିଶତ ରାଜସ୍ୱ ଆଦାୟ ହେଉଥିବା ସୂଚନା ମିଳିଛି । ପ୍ରତି ତହସିଲ ସ୍ତରରେ ଏଥି ନିମନ୍ତେ ପ୍ରାକ୍ ପ୍ରସ୍ତୁତି କରି ଏ ଦିଗରେ କାର୍ଯୟ କରିବା ନିମନ୍ତେ ତହସିଲଦାର ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ରାଜସ୍ୱ ବିଭାଗ ପକ୍ଷରୁ ହିତାଧିକାରୀ ମାନଙ୍କ ନିମନ୍ତେ ପ୍ରଦାନ କରାଯାଉଥିବା ଯୋଜନା ଗୁଡିକ ସଠିକ୍ ଭାବେ କିପରି ପାଇପାରିବେ ସେଥି ନିମନ୍ତେ ସଚେତନ କରିବାକୁ ମଧ୍ୟ ସେ କହିଛନ୍ତି । ଏ ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅମୀୟ କୁମାର ସାହୁ, ଡେପୁଟି କଲେକ୍ଟର ଡଃ ବିଜୟାନନ୍ଦ ସେଠୀ, ଛତତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଠି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ଥୀବା ବେଳେ ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କୀର୍ତ୍ତିଫ୍ୱାସନ ଭି, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ସମସ୍ତ ତହସିଲଦାର ଓ ଅତିରିକ୍ତ ତହସିଲଦାର ଏବଂ ବିଭାଗୀୟ ଅଧିକାରୀ ମାନେ ଭିସି ମାଧ୍ୟମରେ ସାମିଲ୍ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ