ଗଞ୍ଜାମ ଜିଲ୍ଲାପାଳଙ୍କ ଚିକିଟି ପରିଦର୍ଶନ

ଚିକିଟି, (ଓ୍ବାଇଏନ୍ଏସ୍):ଗଞ୍ଜାମ ଜିଲ୍ଲା ରେ ଦିନକୁ ଦିନ କରୋନା ପଜିଟିଭ ଚିହ୍ନଟ ବଢି ଚାଲିଥିବା ବେଳେ ଆଜି ସକାଳ ସମୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲlଙ୍ଗ ଚିକିଟି ବ୍ଲକ ପରିଦର୍ଶନ ରେ ଆସିଥିଲେ।ସାମାଜିକ ଦୂରତା ,ମାସ୍କ ବ୍ୟବହାର ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇ କେଉଁ କେଉଁ ସ୍ଥାନରେ କୋଭିଡ କେର ସେଣ୍ଟର କରାଯିବ ସେନେଇ ଚିକିଟି ବି ଡ଼ି ଓ ଫାଲଗୁନି ମାଝୀଙ୍କ ସହିତ ଆଲୋଚନା କରି ଥିଲେ। ଏହାପରେ ଚିକିଟି ବିଜ୍ଞାପିତ ଅଂଚଳ ପରିଷଦରେ ଥିବା ଚିକିଟି ର ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର, ନିରାଶ୍ରୟl ଙ୍କ ଆଶ୍ରୟ ସ୍ଥଳୀ ପରିଦର୍ଶନ କରିବା ପରେ କେ. ନୂଆଗାଁ ଗ୍ରାମ ପଂଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର, ମନରେଗା କାର୍ଯ୍ୟ ରେ ଚାଲିଥିବା ପୋଖରୀ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଦେଖିବା ପରେ କାର୍ଯ୍ୟ ଗୁଡିକର ତଦାରଖ କରିବl ପାଇଁ ବି ଡ଼ି ଓ ଓ ତହସିଲଦାରଙ୍କୁ ନିର୍ଦେଶ ଦେଇଥିଲେ l ଏହି ଅବସରରେ ଚିକିଟି ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ସହିତ ବିଜ୍ଞାପିତ ଅଂଚଳ ପରିଷଦର କନିଷ୍ଠ ଯନ୍ତ୍ରୀ ଓ ସହକର୍ମୀ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ