ଗଞ୍ଜାମ ଜିଲ୍ଲାପାଳଙ୍କ ପାର୍କ ପରିଦର୍ଶନ ; ତୁରନ୍ତ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ
ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ସହରକୁ ସବୁଜ ସୁନ୍ଦର ଭାବେ ଗଢି ତୋଳିବା ପାଇଁ ଜିଲ୍ଲା ପ୍ରଶାସନ ଓ ଏନଏସି ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ଜାଗାରେ ପାର୍କ ନିର୍ମାଣ କରାଯିବା ସହ ସହରର ମୁଖ୍ୟ ରାସ୍ତାରେ ଆଲୋକୀକରଣ କରାଯାଇଛି । ଛତ୍ରପୁର ସହରରେ ଥିବା ବହୁ ପୁରାତନ ପିଲିବନ୍ଧର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଚାଲିଛି । ଗୁରୁବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ,ଡିଆରଡିଏ ପିଡି ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ ପାର୍କକୁ ପରିଦର୍ଶନ କରି ପାର୍କ ପରିସରରେ ଚାଲିଥିବା କାର୍ଯ୍ୟ କୁ ବୁଲି ଦେଖିଥିଲେ । ପାର୍କ ପରିସରକୁ ସବୁଜ ସୁନ୍ଦର କରିବା, ମ୍ୟୁଜିକାଲ ଡ୍ୟାନ୍ସ ନିର୍ମାଣ କରିବା , ପାର୍କର ବିଭିନ୍ନ ସ୍ଥାନକୁ ସବୁଜ ସୁନ୍ଦର କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହା ସହ ତୁରନ୍ତ ଏହାର କାର୍ଯ୍ୟ ସାରିବା ପାଇଁ ଜିଲ୍ଲାପାଳ ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳଙ୍କ ଏହି ପାର୍କ ପରିଦର୍ଶନ ବେଳେ ଡିଆରଡିଏ ପିଡି ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍ ଗଣେଷ ବାବୁ, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ଶଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।