ଗଞ୍ଜାମ ଜିଲ୍ଲାପାଳଙ୍କ ଭିଡିଓ ବାର୍ତ୍ତା
ବ୍ରହ୍ମପୁର,(ଓ୍ବାଇଏନ୍ଏସ୍): ଦେଶର ସବୁ ଜାଗାରେ ଏହି କୋରନା ମହାମାରୀ ନିଜର କାୟା ବିସ୍ତାର କରିଚାଲିଛି | ଏହି ମହାମାରୀରୁ କେହି ଭି ନିସ୍ତାର ପାଇନାହାନ୍ତି | ସହର ଗାଁ ସବୁଠି ଏହାକୁ ନେଇ ଲୋକମାନେ ଭୟଭୀତ ହୋଇ ରହିଛନ୍ତି | କିଛି ସ୍ଥାନରେ ଏହାର ପ୍ରକୋପ ବଢିଯାଉଛି ତ ଅନ୍ୟ କିଛି ସ୍ଥାନରେ ଏହାର ପ୍ରକୋପ ଧୀରେ ଧୀରେ କମିବାରେ ଲାଗିଛି | ମହାମାରୀ ଓଡ଼ିଶାରେ ପହଞ୍ଚିଲା ପରେ ସବୁଠୁ ଅଧିକ ଗଞ୍ଜାମ ଜିଲ୍ଲା ବାସୀମାନେ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ | ପ୍ରଥମେ ଲୋକମାନେ ଏହି ଆକ୍ରାନ୍ତ ସଂଖ୍ୟା କୁ ଦେଖି ଭୟଭୀତ ହୋଇ ଯାଇଥିଲେ | କିନ୍ତୁ ପରେ ପ୍ରଶାସନର ନିୟମ ମାନି ନିଜେ ସତର୍କତା ଅବଲମ୍ବନ କରିଥିବାରୁ ବର୍ତ୍ତମାନ ସମୟରେ ଗଞ୍ଜାମ ରେ ଆକ୍ରାନ୍ତ ସଂଖ୍ୟା କମିବାରେ ଲାଗିଛି | ଲୋକ ଧୀରେ ଧୀରେ ଆସ୍ୱସ୍ଥି ଅନୁଭବ କରୁଛନ୍ତି | ମହାମାରୀ ସୁରକ୍ଷା ବିଷୟକୁ ନେଇ ଗଞ୍ଜାମ ଜିଲ୍ଲାପାଳ ସବୁବେଳେ ସତର୍କତା ଅବଲମ୍ବନ କରିବାକୁ ଲୋକମାନଙ୍କୁ ଅନୁରୋଧ କରିବା ସହ କେମିତି ସୁସ୍ଥ ରହିବେ ତା ବିଷୟରେ ମଧ୍ୟ ଲୋକମାନଙ୍କୁ ବୁଝାଇ ଆସିଛନ୍ତି | ଗଞ୍ଜାମ ଜିଲ୍ଲାପାଳଙ୍କ ଭିଡିଓ ବାର୍ତ୍ତା ଦେଇ କହିଛନ୍ତି ଗଞ୍ଜାମ ଜିଲ୍ଲାରେ କରୋନା ହ୍ରାସ ପାଉଛି ସତ କିନ୍ତୁ ଭୟ ଟଳିନି ଲକ୍ଷଣ ଥିଲେ ଲୁଚାନ୍ତୁ ନାହିଁ,ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟୀ ରଖନ୍ତୁ,ଆଗାମୀ ଦିନ ଗୁଡିକ ମଧ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ,ଦୋକାନୀ ମାନେ ପଞ୍ଚାସୁତ୍ରୀ ନିୟମ ପାଳନ କରନ୍ତୁ,ଜିଲ୍ଲାବାସୀଙ୍କ ସହଯୋଗ ଲାଗି ଆଜି କରୋନା ହ୍ରାସ ପାଉଛି ଆଗକୁ ମଧ୍ୟ କରୋନା କୁ ପ୍ରତିହତ କରିବା ପାଇଁ ଲଡ଼େଇ ଜାରି ରହିବ |