ଗଞ୍ଜାମ ଜିଲ୍ଲାପାଳଙ୍କ ଶତ୍ରୁସୋଲ ଆଦର୍ଶ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ
ଗଂଜାମ, (ବିନୋଦ ପଲେଇ):ଗଂଜାମ ବ୍ଲକ ଅନ୍ତର୍ଗତ ଶତୃସୋଲ ଆଦର୍ଶବିଦ୍ୟାଳୟକୁ ଅଚାନକପରିଦର୍ଶନ କରିବା ସହ ବିଦ୍ୟାର୍ଥୀଙ୍କୁ ପାଠପଢ଼ାଇଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଏହି ସମୟରେ ଗଂଜାମ ବିଡିଓ ବିଶ୍ୱଜିତ ରାୟ ଉପସ୍ଥିତ ଥିଲେ ।ସରକାରଙ୍କ ୫ଟିରେ ଆସୁଥିବା ସ୍ମାର୍ଟ କ୍ଳାସର ଅନୁଧ୍ୟାନ କରିବା ସହ ଅଷ୍ଟମ ଶ୍ରେଣୀର ପାଠପଢ଼ା ଆରମ୍ଭ ହେବା ପରିପ୍ରେକ୍ଷୀରେ ଶତ୍ରୁସୋଲ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ କୁଲାଙ୍ଗେ । ଶ୍ରେଣୀଗୃହକୁ ଯାଇ ବିଦ୍ୟାର୍ଥୀଙ୍କୁ ପାଠପଢ଼ାଇବା, ସେମାନଙ୍କୁ କଣ ସମସ୍ୟା ସମ୍ପର୍କରେ ପଚାରିବୁଝିଥିଲେ । ପରେ ନିର୍ମାଣଧିନ ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ଲେବୋଟ୍ରି, ପାଇଖୀନା,ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ, ବୃକ୍ଷ ରୋପଣ ବୁଲିଦେଖିବା ସହ ସନ୍ତୋଷ ବ୍ୟକ୍ତ କରିଥିଲେ ।ଉକ୍ତ ସମୟରେ ଗଂଜାମ ବିଡ଼ିଓ ବିଶ୍ୱଜିତ ରାୟ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ, ବିଦ୍ୟାଳୟ ଅଧ୍ୟକ୍ଷ।ପ୍ରମୋଦ ଓଝା, ସହକାରୀ ଯନ୍ତ୍ରୀ ବଂଶୀଧର ପରିଡା, କନିଷ୍ଟଯନ୍ତ୍ରି ସ୍ୱାଗତିକା ହୋତା, ଅଭିଭାବକ କମିଟି ସଭାପତି ବୁଲୁ ଜେନା, ଶତ୍ରୁ ସୋଲ ଗ୍ରାମ୍ୟ କମିଟି ସଭାପତି ଆତ୍ରତାଣ ପଲେଇ, ପରିଚାଳନା କମିଟିର ସଦସ୍ୟ, ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ।


