ଗଞ୍ଜାମ ଜିଲ୍ଲାପାଳଙ୍କ ସାନଖେମୁଣ୍ଡି ଗସ୍ତ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ଗୁରୁବାର ସାନଖେମୁଣ୍ଡି ବ୍ଲକ ଅଞ୍ଚଳ ପରିଦର୍ଶନ କରିବା ସହ ଉନ୍ନୟନ କାର୍ଯ୍ୟ ପରିଦର୍ଶନ କରିଛନ୍ତି l ସମୟରେ ବ୍ଲକ କାର୍ଯ୍ୟଳୟ ରେ ପହଞ୍ଚି ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକଙ୍କ ସହ ଅଞ୍ଚଳ ଉନ୍ନୟନ କାର୍ଯ୍ୟ ସମୂହର ଅଗ୍ରଗତି ନେଇ ସମୀକ୍ଷା କରିବା ସହିତ ଏନ୍ ଆର ଇ ଜିଏସ କର୍ଯ୍ୟସମୂହର ଶ୍ରମଦିବସ ନେଇ ଆକଳନ କରିଛନ୍ତି । ଆଦିବାସୀ ଅଧ୍ୟୁଷିତ ଟି.ଗୋବିନ୍ଦପୁର ପଞ୍ଚାୟତ ର ଢିମୀରାପଲ୍ଲୀ , ମହିବିଲ , କତାପଲି , ସମନ୍ତରାପୁର ଆଡି ଗ୍ରାମ ପରିଦର୍ଶନ କରିବା ସହିତ ସ୍ଥାନୀୟ ହିତାଧିକାରୀଙ୍କ ଦ୍ଵାରା କରାଯାଇଥିବା ଆଦର୍ଶ ଗାଈ ଗୁହାଳ ଓ ଏମ୍ ଜି ଏନ୍ ଆର ଇ ଜି ଏସ ଅଧୀନରେ ସମ୍ପନ୍ନ ହୋଇଥିବା ଆଦର୍ଶ ପୋଖରୀ ନିର୍ମାଣ କାର୍ଯ୍ୟର ବିନିଯୋଗିତା ନେଇ ଅନୁଧ୍ୟାନ କରିଛନ୍ତି । ଶୀତଋତୁରେ କରୋନା ସଂକ୍ରମଣ ଜନିତ କାରଣ ପାଇଁ ସ୍ପର୍ଶ କାତର ସ୍ଥିତି ସୃଷ୍ଟି କରୁଥିବାରୁ ଜନ ସଚେତନା ସହିତ ମାସ୍କ ର ବହୁଳ ବ୍ୟବହାର , ଅଯଥା ଜନ ସମାଗମ ସହ ସାମାଜିକ ଦୂରତା ରକ୍ଷାକରି କୃଷିକାର୍ଯ୍ୟ ଏବଂ ଶ୍ରମଦାନ କରାଇବାକୁ କର୍ମଚାରୀଙ୍କୁ ଅନୁପ୍ରାଣିତ କରିଛନ୍ତି ।