ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟାଳୟର ଅମଲମାନଙ୍କ ବ୍ଲାକ ବ୍ୟାଜ୍ ପରିଧାନ

ଗଞ୍ଜାମ, (ଦେବଦତ୍ତ ମହାରଣା):ଜିଲ୍ଲାର ଛତ୍ରପୁର ସ୍ଥିତ ଜିଲ୍ଲାପାଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଶତାଧିକ ଅମଲାମାନେ ଜିଲ୍ଲା ସ୍ଥରୀୟ ମିଳିତ ଅମଲା ମଞ୍ଚ ଡାକରାରେ ପ୍ରତିବାଦ ସ୍ୱରୂପ କଳାବ୍ୟାଜ୍ ପରିଧାନ କରିଛନ୍ତି । ପ୍ରକାଶ ଥାଉକି, ଦୀର୍ଘ ବର୍ଷ ହେଲା ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ବେତନରେ ଥିବା ଅସଙ୍ଗତି କୁ ଦୂର କରିବାରେ ରାଜ୍ୟ ସରକାରଙ୍କ ଅବହେଳା ଓ ବୈମାତୃକ ମନୋଭାବ ଉପରେ ଘୋର ଅସନ୍ତୋଷ ଲାଗିରହିଥିଲା l ଏଠାରେ ପ୍ରକାଶ କରା ଯାଇ ପାରେ ଯେ, ରାଜ୍ୟ ସରକାର ୨୦୧୭ ମସିହା ଠାରୁ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହିତ କମ୍ପ୍ୟୁଟର ଜ୍ଞାନ କରିଥିଲେ ମଧ୍ୟ ବେତନରେ କୌଣସି ପ୍ରକାର ଅଭିବୃଦ୍ଧି କରି ନାହାଁନ୍ତି l ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ସହ ବିଭିନ୍ନ ସମୟରେ ସମଭାବାପନ୍ନ ଅମଲା ସଂଘ ମାନଙ୍କ ପକ୍ଷରୁ ପତ୍ରାଳାପ କରିବା ସହିତ ବିଭିନ୍ନ ସ୍ତରରେ ଆଲୋଚନା ହୋଇ ସାରିଛି l କିନ୍ତୁ, ଉପରୋକ୍ତ ସମସ୍ତ ଆଲୋଚନା ପର୍ଯ୍ୟାଲୋଚନା ଫଳ ଶୂନ୍ୟ ହୋଇଅଛି l ଏହାର ପ୍ରତିବାଦରେ ଆଜିର ବୈଠକରେ ଆଉ ଆଲୋଚନା ନୂହେଁ, ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଜରିଆରେ ଦାବି ହାସଲ କରିବାକୁ ହେବ ବୋଲି ମତ ପ୍ରକାଶ କରିଥିଲେ l ଯେହେତୁ ମଇ ମାସ ୨୧ ତାରିଖ ସୁଦ୍ଧା ରାଜ୍ୟ ସରକାର ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ଦାବି ପୂରଣ କରି ନାହାନ୍ତି ତେଣୁ ଆଜ ଦିନ ଠାରୁ ତଥା ମଇ ମାସ ବାଇଶି ରୁ ରାଜ୍ୟର ସମସ୍ତ ଜିଲ୍ଲା ସ୍ତରୀୟ ଅମଲା ମାନେ ମଇ ମାସ ୩୧ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ୍ ପରିଧାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି l ତଥାପି ରାଜ୍ୟ ସରକାର ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ଦାବି ପୂରଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରନ୍ତି, ଜୁନ ମାସ ଏକ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟିରେ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ