ଗଞ୍ଜାମ ଜିଲ୍ଲାରୁ ଅବାଧ ପ୍ରବେଶ କରୁଛନ୍ତି ମାଛ ବେପାରୀ

ରାଇକିଆ, (ପ୍ରଦୀପ କୁମାର ବେହେରା):କନ୍ଧମାଳ ଜିଲ୍ଲା କୁ ଗଞ୍ଜାମ ରୁ ଆସିବା ପାଇଁ କଟକଣା ଜାରି କରାଯାଇଛି । ଗଞ୍ଜାମ ଜିଲ୍ଲା ରେ କରୋନା ସ୍ଥିତି ସଙ୍ଗୀନ ଥିବାରୁ କନ୍ଧମାଳ ଜିଲ୍ଲା କୁ ଯେ କୋୖଣସି ବ୍ୟକ୍ତି ଙ୍କୁ ଜରୁରୀ କାରଣ ନଥାଇ ପ୍ରବେଶ ପାଇଁ ବାରଣ କରାଯାଇଛି । ତଥାପି ଲୁଚି ଛୁପି ମାଛ ବେପାରୀ ମାନେ ଜିଲ୍ଲା ଭିତରକୁ ପ୍ରବେଶ କରି ମାଛ ବ୍ୟବସାୟ କରୁଛନ୍ତି । ମଙ୍ଗଳବାର ରାଇକିଆ ବ୍ଲକ ର କରଡା, ଇନ୍ଦ୍ରଗଡ, ରଣବା ରାସ୍ତା ଦେଇ କିଛି ବ୍ୟବସାୟୀ ଆସୁଥିବା ବେଳେ ଗମାଣ୍ଡି ଠାରେ କିଛି ଯୁବକ ତାଙ୍କୁ ଅଟକାଇବା ସହ ଗଞ୍ଜାମ ରୁ ଆସିଥିବା ଜାଣି ଫେରାଇଦେଇଥିଲେ । ଗଳ। ବାଟ ଦେଇ ଯେପରି କେହି ନ ଆସିବେ ସେ ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ