ଗଞ୍ଜାମ ଜିଲ୍ଲାରେ କୋହଳ ହେବ ଲକଡାଉନ

ବ୍ରହ୍ମପୁର : ଆସନ୍ତାକାଲିଠାରୁ ଗଞ୍ଜାମ ଜିଲ୍ଲାରେ ଲକଡାଉନ କୋହଳ ହେବ। ଗଞ୍ଜାମ ଜିଲ୍ଲାରେ ଲକ୍‌ଡାଉନ୍ କଟକଣା କୋହଳ କରାଯିବା ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ନିର୍ଦ୍ଧାରିତ ଗାଇଡ୍ ଲାଇନ୍ ଅନୁସାରେ ଜିଲ୍ଲାରୁ କିଛି କଟକଣା ହଟାଯିବ। ତାହା ଅନୁଯାୟୀ ଲୋକେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଗାଡ଼ି ନେଇପାରିବେ । ତେବେ ମୋଟର ସାଇକେଲରେ ଜଣେ ଲେଖାଏଁ ଚାଳକ ରାସ୍ତାରେ ଯାଇ ପାରିବେ। ୪ ଚକିଆ ଯାନରେ ଡ୍ରାଇଭର ବ୍ୟତୀତ ପଛରେ ବସି ଜଣେ ଯାଇପାରିବେ। ଅତି ଆବଶ୍ୟକ ସାମଗ୍ରୀ ବିକ୍ରି ଉପରେ କୌଣସି ସମୟ ସୀମା ରହିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି । ବିନା କାରଣରେ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି ଏବଂ ସବୁବେଳେ ସାମାଜିକ ଦୂରତ୍ବ ରକ୍ଷା କରିବାକୁ ନିର୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି। ତେବେ ଗୁଟଖା, ପାନ, ଚା’ ଓ ମଦ ଦୋକାନ ବନ୍ଦ ରହିବ। ଏଥିରେ ଖିଲାପ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି। ୨୦ ତାରିଖରୁ ଜିଲ୍ଲାରେ ନରେଗା କାର୍ଯ୍ୟ ଚାଲିବ। ଏହାଛଡ଼ା ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ମରାମତି କାର୍ଯ୍ୟ, ବିଲ୍‌ଡିଂ ନିର୍ମାଣ କାମ ଚାଲିପାରିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ