ଗଞ୍ଜାମ ଜିଲ୍ଲାରେ ପାରାସିଟାମଲ ବିକିବାରେ କୌଣସି କଟକଣା ନାହିଁ

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଗଞ୍ଜାମ ଜିଲ୍ଲାରେ ପାରାସିଟାମଲ ବିକିବାରେ କୌଣସି କଟକଣା ନାହିଁ। ଏନେଇ ଟ୍ୱିଟ୍ ଯୋଗେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ତେବେ ଜିଲ୍ଲାର ସମସ୍ତ ଔଷଧ ଦୋକାନୀଙ୍କୁ ବିକ୍ରିର ସମସ୍ତ ବିବରଣୀ ରଖିବାକୁ ଅନୁରୋଧ କରାଯାଇଛି।ଯଦି କୌଣସି ରୋଗୀଙ୍କ ଠାରେ କୋଭିଡ୍ ଲକ୍ଷଣ ପରିଲକ୍ଷିତ ହୁଏ, ସେମାନେ ତୁରନ୍ତ ଡ୍ରଗ୍ସ ନିରୀକ୍ଷକଙ୍କୁ ଜଣାନ୍ତୁ ବୋଲି ଜିଲ୍ଲାପାଳ ଚିଠିରେ ଉଲ୍ଲେଖ କରିଛନ୍ତି।ଗଞ୍ଜାମରେ ଦିନକୁ ଦିନ କରୋନା ସ୍ଥିତି ଚିନ୍ତା ବଢ଼ାଉଛି। ତେଣୁ କରୋନା ଡରରେ ଅନେକ ଔଷଧ ଦୋକାନୀ ଦୋକାନ ବନ୍ଦ ରଖୁଥିବା ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି।ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫, ୨୮୦ରେ ପହଞ୍ଚିଛି। ସେଥିମଧ୍ୟରୁ ୩,୫୫୪ ସୁସ୍ଥ ହୋଇସାରିଲେଣି। ଏବେ ବିଭିନ୍ନ କୋଭିଡ୍‌ ଡାକ୍ତରଖାନାରେ ୧,୬୭୧ ଚିକିତ୍ସାଧୀନ ଅଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ