ଗଞ୍ଜାମ ଜିଲ୍ଲାରେ କେନ୍ଦ୍ର ମନ୍ତ୍ରୀ ଦର୍ଶନା ଜରଦୋଷ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ରେଳ ଓ ବୟନ ଶିଳ୍ପ କେନ୍ଦ୍ରମନ୍ତ୍ରୀ ଦର୍ଶନା ଜରଦୋଷଙ୍କ ଗଞ୍ଜାମ ଜିଲ୍ଲାକୁ ତିନି ଦିନି ପାଇଁ ଗସ୍ତରେ ଆସି ଜୁଲାଇ ୦୬ ତାରିଖ ଦିନ ପୋଲସରା ଗସ୍ତ କରିଥିଲେ। ଗତକାଲି ଖଲିକୋଟ, କୋଦଳା ଗସ୍ତ କରି ସାଙ୍ଗଠନିକ ଓ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଥିଲେ । ମାନ୍ୟବର ମନ୍ତ୍ରୀ ଶ୍ରୀମତୀ ଜରଦୋଷ ପୋଲସରା ଗସ୍ତରେ ଆସି ପ୍ରଥମେ ମଥୁରା ମାରଦା ମନ୍ଦିର ଦର୍ଶନ କରି ମନ୍ଦିର ଐତିହ୍ୟ ବିଷୟରେ ମଠ ମହନ୍ତଙ୍କ ଠାରୁ ଶୁଣି ଜଗନ୍ନାଥ ସଂସ୍କୃତି ବିଷୟରେ ଜାଣି ଅତ୍ୟନ୍ତ ଖୁସି ହୋଇଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ଜରଦୋଷ ମନ୍ଦିର ପରିସରରେ ବୃକ୍ଷ ରୋପଣ କରିଥିଲେ । ମଥୁରା ଗ୍ରାମରେ ଥିବା ବହୁ ପୁରାତନ ହସ୍ତଶିଳ୍ପ କାରିଗର ମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳୁଥିବା ଯୋଜନା ବିଷୟରେ ଅବଗତ କରାଇଥିଲେ । ସେଠାରୁ ପୋଲସରାରେ ବିଜେପି ଘୁମୁସର ଜିଲ୍ଲା କାର୍ଯ୍ଯାଳୟକୁ ଯାଇ ଦଳୀୟ ପତକା ଉତ୍ତୋଳନ କରିଥିଲେ । ବିଜେପି କର୍ମକର୍ତ୍ତା ଏବଂ ପୋଲସରା ଓ ବୁଗୁଡା ବ୍ଲକର ସରପଞ୍ଚ, ସମିତି ମେମ୍ବର ଓ ଉଭୟ ସହରର କାଉନସିଲର ମାନଙ୍କ ସହିତ ଆଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଜନହିତକର ଯୋଜନା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ । ବିଶେଷ କରି ଓଡିଶାର ଗଞ୍ଜାମ ଜିଲ୍ଲାର ବିକାଶ ପାଇଁ ଆଲୋଚନା କରିବା ସହିତ ନୂତନ ଭାବେ ବୁଗୁଡା ଓ ପୋଲସରା ଅଞ୍ଚଳ ଦେଇ ରେଳପଥ ନିର୍ମାଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ ରଖିବେ ବୋଲି କହିଥିଲେ । ରାଜ୍ୟ ଉପସଭାପତି ଅନିତା ସୁଭଦର୍ଶିନି ପଟନାୟକ, ରାଜ୍ୟ ସାଧାରଣ ସମ୍ପାଦିକା ଲେଖିଶ୍ରୀ ସାମନ୍ତ ସିଂହାର, ପୂର୍ବତନ ରାଜ୍ୟ ମହିଳା ସଭାନେତ୍ରୀ ଜୟନ୍ତୀ ପଢିଆରୀ, ରାଜ୍ୟ କାର୍ଯ୍ୟ କାରୀଣି ସଦସ୍ୟ ମହେଶ ମହାନ୍ତି, ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଳିକ, ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ, ଉପସଭାପତି ପ୍ରଭାକର ପଣ୍ଡା, ଅରୁଣ ପଣ୍ଡା, ରଞ୍ଜନ ପୋଲାଇ, ନୀଳମଣି ବିଷୋୟୀ, ଯୁବ ମୋର୍ଚା ସଭାପତି ପ୍ରଦୀପ କୁମାର ପ୍ରଧାନ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ