ଗଞ୍ଜାମ ଜିଲ୍ଲାରେ ୧୦ ଟଙ୍କିଆ ଓ ୧ ଟଙ୍କିଆ ପ୍ରଚଳିତ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା) : ଗଞ୍ଜାମ ଜିଲ୍ଲାରେ ଅଚଳ ଥିବା ୧୦ ଟଙ୍କିକିଆ ଓ ୧ ଟଙ୍କିକିଆ ମୁଦ୍ରାକୁ ତୁରନ୍ତ ଚାଲୁ କରିବା ନିମନ୍ତେ ଶିବ ସେନା ହୁମ୍ମା କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବି ପତ୍ର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅମୀୟ କୁମାର ସାହୁଙ୍କୁ ପ୍ରଦାନ କରାଯାଇଛି । ଭାରତର ପ୍ରତ୍ୟେକ ସହର ଓ ପୁର ପଲ୍ଲୀର ମୁଦ୍ରାର କାରାବାର ର ସୁବିଧା ସକାଶେ ଆରବିଆଇ ଦ୍ୱାରା ମୁଦ୍ରିତ ୧୦ ଟଙ୍କିଆ ମୁଦ୍ରା, ଆମ ଗଞ୍ଜାମ ଜିଲ୍ଲା ର କୌଣସି ଦୋକାନ ବଜାରରେ ପ୍ରଚଳିତ ହେଉନାହିଁ । ଯାହା ଅନ୍ୟ ଜିଲ୍ଲା ଏବଂ ଭାରତର ଅନ୍ୟାନ୍ୟ ରାଜ୍ୟରେ ସୁ ପ୍ରଚଳିତ ଅଟେ । ଏହା ଭାରତୀୟ ମୁଦ୍ରା ପ୍ରକଳ୍ପ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପ୍ରତି ଘୋର ଅପମାନ ଅଟେ ବୋଲି ସେମାନେ ଏହି ଦାବିପତ୍ର ମାଧ୍ୟମରେ ଦର୍ଶାଇଛନ୍ତି । ଏଣୁ ଗଞ୍ଜାମ ଜିଲ୍ଲାରେ ଅଚଳ ଥିବା ଏହି ୧୦ ଟଙ୍କିଆ ଓ ୧ ଟଙ୍କିଆ ମୁଦ୍ରାକୁ ପ୍ରଚଳିତ କରିବା ସହିତ ଅମାନ୍ୟ କରୁଥିବା ଦୋକାନ ବକାର ଗୁଡିକ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶିବ ସେନା ଗଞ୍ଜାମ ଜିଲ୍ଲା ହୁମ୍ମା କାର୍ଯ୍ୟାଳୟ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ଦାବି ପ୍ରଦାନ ବେଳେ ଗଞ୍ଜାମ ଜିଲ୍ଲା ଶିବସେନାର ସିମାଞ୍ଚଳ ସାହୁ, ରମେଶ ଚନ୍ଦ୍ର ଦାଶ, ମିନତି ପାତ୍ର, ଯୁଧିଷ୍ଠିର ପଲାଇ, ଦ୍ରୋପଦି ଦାସ, ମିନତି ସ୍ୱାଇଁ, ପି. ତୁଳସେୟା ରେଡ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ