ଗଞ୍ଜାମ ଜିଲ୍ଲାର ଏକମାତ୍ର ଲୋକକଳା ଗ୍ରାମ ଭାବେ ନନ୍ଦିକ ଗ୍ରାମକୁ ସ୍ୱୀକୃତି ପ୍ରଦାନ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ପବିତ୍ର ଗାନ୍ଧୀ ଜୟନ୍ତି ଅବସରରେ ରାଜ୍ୟ ସରକାରଙ୍କ କଳା ସଂସ୍କୃତି ବିଭାଗ ପକ୍ଷରୁ ସାରା ରାଜ୍ୟରେ ଲୋକକଳା ଗ୍ରାମର ଲୋକାର୍ପିତ ଉତ୍ସବ ପାଳନ କରାଯାଇଛି । ଏହି ଅବସରରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ବୁଧବାର ହିଂଜିଳିକାଟୁ ବ୍ଳକ ନନ୍ଦିକ ଗ୍ରାମକୁ ଗଂଜାମ ଜିଲ୍ଲାର ଏକମାତ୍ର ଲୋକକଳା ଗ୍ରାମ ଭାବେ ଯୋଗ୍ୟ ବିବେଚିତ କରାଯାଇଛି । ହିଂଜିଳିକାଟୁ ବ୍ଳକ ନନ୍ଦିକ ଗ୍ରାମରେ ବୁଧବାର ବିଡ଼ିଓ ପ୍ରସନ୍ନ କୁମାର ପାତ୍ରଙ୍କ ଅଧ୍ୟକ୍ଷତରାରେ ଆୟୋଜିତ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ କୁଅଁର, ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ବ୍ଳକ ଉଫାଧ୍ୟକ୍ଷା ଗିତାଂଜଳି ପଣ୍ଡା, ସରଂପଚ ଲିଲିମାଳା ପ୍ରଧାନ, ପୂର୍ବତନ ଓଏଚଆରଡ଼ିସିର ଅଧ୍ୟକ୍ଷ ଡ଼ି, ବିଶ୍ୱନାଥ, ସମିତିସଭ୍ୟ ନିରଂଜନ ପାଣିଗ୍ରାହୀ, ସନ୍ତୋଷ କୁମାର ପାଢି ପ୍ରମୁଖ ଯୋଗ ଦେଇଥିଲେ । ରାଜ୍ୟ ମୁୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଲୋକକଳା ସଂସ୍କୃତିକୁ ଦୀର୍ଘ ବର୍ଷ ଧରି ଉଜ୍ଜୀବିତ କରି ଆସୁଥିା ନନ୍ଦିକକୁ ଲୋକକଳା ଗ୍ରାମ ଭାବେ ସ୍ୱୀକୃତି ପ୍ରଦାନ କରିଛନ୍ତି । ବିଭାଗ ପକ୍ଷରୁ ସଂପୃକ୍ତ ଗ୍ରାମରେ ବହୁ ଉନ୍ନୟନ କାର୍ଯ୍ୟ କରାଯିବ ଏବଂ କଳାକାର ମାନଙ୍କ ଉନ୍ନତି ସାଧନ ହୋଇପାରିବ ବୋଲି ମୁଖ୍ୟ ଅତିଥି ଶ୍ରୀ କୁଅଁର କହିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ନନ୍ଦିକ ଗ୍ରାମର ୫ ଟି ଷଳାକଳା ଦଳ ସମେତ ଜିଲ୍ଲାର ବହୁ ଲୋକକଳା ଦଳ ଅଂଶ ଗ୍ରହଣ କରି ସେମାନଙ୍କ କଳା ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥ, ପିଇଓ ବାସୁଦେବ ବେହେରା, ସାମାଜିକ ନିରାପତା ଅଧିକାରୀ ଭୀମସେନ ବାରିକ, କନିଷ୍ଠ ଯନ୍ତ୍ରୀ ପୁଷ୍ପିତା ବାରିକ, ଜେଆରଏସ ଅମର ପ୍ରଧାନ, ଯୋଗାଣ ସହାୟକ ରୋହିତ ପରିଡ଼ା, ପୂର୍ବତନ ସରଂପଚ ରୋହିତ ପ୍ରଧାନ, ଅଶୋକ କୁମାର ପଣ୍ଡା, ସୁବାଷ ପ୍ରଧାନ, ଲଡ଼ୁ କିଶୋର ସେଠି, ବାବୁ ଗୌଡ଼, ସିମାଂଚଳ ପଣ୍ଡିତ, ଜଗନ୍ନାଥ ପ୍ରଧାନ, ସହଦେବ ସାହୁ, ବଳରାମ ପ୍ରଧାନଙ୍କ ସମେତ ବହୁ ମହିଳା କଳାକାର ଉପସ୍ଥିତ ଥିଲେ ।