ଗଞ୍ଜାମ ଜିଲ୍ଲାର ପ୍ରବାସୀ ଶ୍ରମିକଙ୍କୁ ଥଇଥାନ ଦାବି
ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ): ଗଞ୍ଜାମ ଜିଲ୍ଲାର ପ୍ରବାସୀ ଶ୍ରମିକଙ୍କୁ ଥଇଥାନ ଦାବି ନେଇ ଆରଡିସିଙ୍କୁ ଏକ ଦାବି ପତ୍ର ପ୍ରଦାନ କଲେ ଗଞ୍ଜାମ ଜିଲ୍ଲା ବିଜେପି । କୋଭିଡ଼୍ ୧୯ ସଂକ୍ରମଣ ଯୋଗୁ ଓଡ଼ିଶା ବାହାରେ ବିଭିନ୍ନ ରାଜ୍ୟରେ କାମ କରି ନିଜ ପରିବାର ପ୍ରତିପୋଷଣ କରୁଥିବା ପ୍ରବାସୀ ଓଡ଼ିଆ ମାନେ ନିଜେ ପରିବାର ନିକଟକୁ ଓ ନିଜ ଭିଟାମାଟିକୁ ଫେରି ଆସିଥିଲେ । ଏହି ମହାମାରୀର ଭୟାବହତାରୁ ରକ୍ଷା ପାଇବା ପାଇଁ କିଏ କେଉଁ ଉପାୟରେ ବିଭିନ୍ନ ସାଧନ ମାଧ୍ୟମରେ ନିଜ ଗ୍ରାମ ଓ ପରିବାର ନିକଟରେ ପହଞ୍ଚିଲେ । କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା , ରାଜ୍ୟ ସରକାରଙ୍କ ବସ୍ ବ୍ୟବସ୍ଥା, ନିଜ ନିଜ ସୁବିଧା ମୁତାବକ ବିଭିନ୍ନ ବ୍ୟବସ୍ଥା ମାଧ୍ୟମରେ ଗଞ୍ଜାମ ଜିଲ୍ଲା ରେ ଅନୁନ୍ୟ ୮ ଲକ୍ଷରୁ ଉର୍ଦ୍ଧ୍ବ ପ୍ରବାସୀ ନିଜ ଭିଟାମାଟିକୁ ଫେରିଥିଲେ ଏପରିକି ବହୁ ପ୍ରବାସୀ ଓଡ଼ିଶା ସରକାର କଟକଣାକୁ ଆଡେଇ ଲୁଚି ଛପି ଭିଟାମାଟି ରେ ପହଞ୍ଚିଲେ । ହାତରେ କୋଭିଡ଼୍ ସିଲ ନଥିବା ବହୁ ଲୋକ ଟ୍ରେନ୍ ମାଧ୍ୟମରେ ଘରକୁ ବାହୁଡ଼ିଲେ । କିନ୍ତୁ ଜିଲ୍ଲାପାଳ ବ୍ୟବସ୍ତା କରିବା ପରିବର୍ତ୍ତେ ସଂଖ୍ୟାକୁ ଲୁଚାଇ ୮ଲକ୍ଷ ବଦଳରେ ୨ଲକ୍ଷ ୫୦ହଜାର ବୋଲି କହିବା ହାସ୍ୟାସ୍ପଦ । ବିଭିନ୍ନ ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ରାଜ୍ୟ ସରକାର ଥଇଥାନ କରିବେ ବୋଲି ଦେଇଥିବା ପ୍ରତିଶୃତି , ଦାନା ପାଣି ଅଭାବରୁ ପ୍ରବାସୀ ଜୀବନ ବିତାଉଥିବା ଓଡ଼ିଆ ମାନଙ୍କୁ ନିଜ ଭିଟାମାଟିକୁ ଫେରିବାର ଖୋରାକ୍ ଯୋଗାଇ ଥିଲା ବୋହୁ ଜିଲ୍ଲାବାସୀ ରାଜ୍ୟ ସରକାରଙ୍କ ପ୍ରତିଶୃତି ଭରଷାରେ ଜିଲ୍ଲାକୁ ଫେରିଆସିଲେ ତେବେ ସରକାର ଯେଉଁ ଭଳି ଭାବେ ସମସ୍ତ ପ୍ରବାସୀ ମାନଙ୍କ ଜୀବନ ଜୀବିକାର ଦାୟିତ୍ୱ ନେବେ, କୁଶଳୀ ଓ ଅଣକୁଶଳୀ ମାନଙ୍କୁ ଥଇଥାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ ତାହାର କାଣିଚାଏ ମଧ୍ୟ କାର୍ଯ୍ୟ କଲେ ନାହିଁ । ଦିର୍ଘ ୪ମାସ କାଳ ବାହାରୁ ଫେରିଥିବା ପ୍ରବାସୀ ମାନେ କୌଣସି କାମଧନ୍ଦା ନପାଇ ଖାଲି ବସିରହିଲେ , ବାହାରେ ଖଟି ସଞ୍ଚିତ ରଖୀଥିବା ପଇସା ମଧ୍ୟ ସରକାରଙ୍କ ଭରସା ରେ ୪ମାସ କୌଣସି ରୋଜଗାର ନପାଇ ହରାଇ ବସିଲେ ବର୍ତ୍ତମାନ ଭୋକ ଉପାସରୁ ପରିବାରକୁ ବଞ୍ଚାଇବା ପାଇଁ ପୁଣି ପ୍ରବାସୀ ଜୀବନ ବିତାଇବାକୁ ବାଧ୍ୟ ହୋଇଛନ୍ତି । ତେଣୁ ଜିଲ୍ଲା ଭାଜପା ଦାବୀ କରୁଛି କି ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ଥିବା ରୁଗଣ ଶିଳ୍ପ ଯଥା – ଆସିକା ସ୍ପିନିଂ ମିଲ , ଆସିକା ଚିନି କଳ , ଆମ୍ବପୁଆ ଆଇ. ଟି ପାର୍କ , ଅଙ୍କୁଲି ଇଣ୍ଡଷ୍ଟିଆଲ ଇଷ୍ଟେଡ଼ , ଅଟୋ ନଗର , ମେଗା ଟାଟା ପ୍ରକଳ୍ପ ଓ ବ୍ରହ୍ମପୁରର ପାଟ ଶିଳ୍ପ ଇତ୍ୟାଦିକୁ ପୁନରୁଦ୍ଧାର କରିବା ସହ ଶିଳ୍ପକୁ ଅଗ୍ରାଧିକାର ଦେଇ ପ୍ରବାସୀ ମାନଙ୍କ ମାନବ ସମ୍ବଳକୁ ଜିଲ୍ଲା ପାଇଁ ଉପଯୋଗ କରାଯାଉ । ରାଜ୍ୟ ସରକାର କୌଣସି କପଟତା ନ ରଖି ଅଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଯୋଜନାରେ ଉଦ୍ୟୋଗ ଏବଂ ଉଦ୍ୟୋଗୀଙ୍କୁ ଅଗ୍ରଧିକାର ଦେଇ ଜିଲ୍ଲାକୁ ଶିଳ୍ପ କ୍ଷେତ୍ରରେ ସ୍ୱାବଲମ୍ବୀ କରନ୍ତୁ । ଏତଦ୍ ବ୍ୟତୀତ ଶୀତଳ ଭଣ୍ଡାର ନିର୍ମାଣ, ମାଛ ପ୍ରକ୍ରିୟା କରଣର ଉନ୍ନତିକରଣ , କିଆଫୁଲ ଚାଷର ଉନ୍ନତି ଓ କ୍ଲଷ୍ଟର ଘୋଷଣା , କାଳୁ କ୍ଲଷ୍ଟର ଘୋଷଣା , ଜୀର୍ଣ୍ଣ ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର , ନୂତନ ଜଳ ସେଚନ ପ୍ରକଳ୍ପ ପ୍ରତିଷ୍ଟା କରିବା ସହ କୃଷିକୁ ଶିଳ୍ପର ମାନ୍ୟତା ପ୍ରଦାନ କରି ଜିଲ୍ଲାରେ ଆତ୍ମନିର୍ଭରର ସୁଯୋଗ ସୃଷ୍ଟି କରନ୍ତୁ ।ଏହି ଅବସରରେ ବରିଷ୍ଠ ବିଜେପି ନେତା କାଂହୁ ଚରଣ ପତି ,ସଭାପତି ବିଭୁତି ଭୂଷଣ ଜେନା , ନିରଞ୍ଜନ ପାଣିଗ୍ରାହୀ ,ସୁବାସିନି ପଟ୍ଟନାୟକ ,ନମିତା ପଣ୍ଡା ,ରଜେଶ ସାହୁ ,ଶିବ ପ୍ରସାଦ ପାତ୍ର , ସୁମିତ୍ ପାତ୍ର ,କେ .ଶ୍ରୀନିବାସ ,ଜଗଦୀଶ ପ୍ରଧାନ ଙ୍କ ସହ ବହୁ ବିଜେପି କର୍ମଚାରୀ ଉପସ୍ଥିତ ଥିଲେ ।