ଗଞ୍ଜାମ ଜିଲ୍ଲାର ୫ ପଞ୍ଚାୟତକୁ ମଳମୁକ୍ତ କରିବା ପାଇଁ ୩ ପୌରସଂସ୍ଥା ସହ ସହବନ୍ଧିତ
ଛତ୍ରପୁର, (ଦେବଦତ୍ତ ମହାରଣା) :-ମୋ ସ୍ୱାଭିମାନ ସ୍ୱଚ୍ଛ ଗଞ୍ଜାମକାର୍ଯ୍ୟକ୍ରମ ଅନ୍ତର୍ଗତ ଗ୍ରାମାଂଚଳରେ ଏଣିକି ମଳମୁକ୍ତ ପରିବେଶ ସୃଷ୍ଟି ନିମନ୍ତେ ପଦକ୍ଷେପ ନିଆଯିବ । ଏହି ପରିପ୍ରେକ୍ଷୀରେ ଛତ୍ରପୁର ସ୍ଥିତ ଜଉଗଡ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାର ୪ ଟି ବ୍ଲକର ୫ ଟି ଗ୍ରାମ ପଂଚାୟତ ସହ ୩ ଟି ସହରାଂଚଳ ପୌର ସଂସ୍ଥା ସହ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଚୁକ୍ତି ଅନୁଯାୟୀ ଏଣିକି ଚୁକ୍ତିଭିତ୍ତିକ ଏହି ୫ ଟି ପଂଚାୟତର ଅଧିବାସୀ ମାନଙ୍କ ଶୌଚାଳୟର ମଳ ସଂଗ୍ରହ କରାଯାଇ ଚୁକ୍ତି ସ୍ୱାକ୍ଷରିତ ଉକ୍ତ ୩ ଟି ସହରାଂଚଳରେ ଥିବା ମଳ ଉପଚାର କେନ୍ଦ୍ରକୁ ଅଣାଯାଇ ସେଗୁଡିକ ଉପଚାର କରି ସେଥିରୁ ଜୈବିକ ଖତ ପ୍ରସ୍ତୁତ କରାଯାଇ ଜନସାଧାରଣଙ୍କ ବ୍ୟବହାର ନିମନ୍ତେ ବିକ୍ରୟ ପାଇଁ ଉପଲବ୍ଧ ହେବ । ପ୍ରଥମ ପର୍ଯ୍ୟାୟରେ ପାଇଲଟ ପ୍ରକଳ୍ପ ଭାବେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକର ଚମାଖଣ୍ଡି, ହିଞ୍ଜିଳି ବ୍ଲକର ଦର୍ବନ୍ଧ, ରଙ୍ଗେଇଲୁଣ୍ଡା ବ୍ଲକର କନିସି ଏବଂ କୁକୁଡାଖଣ୍ଡି ବ୍ଲକର ଲୋଚାପଡା ଏବଂ ନିମଖଣ୍ଡି ପଂଚାୟତକୁ ଯଥାକ୍ରମେ ଛତ୍ରପୁର ଏନଏସି, ହିଞ୍ଜିଳି ପୌର ପରିଷଦ ଓ ବ୍ରହ୍ମପୁର ମହାନଗର ନିଗମ ସହ ସଂଯୁକ୍ତ କରାଯାଇଛି । ପ୍ରକଳ୍ପ ପାଇଁ ସିପିଆର ନାମକ ଏକ ସଂସ୍ଥାର ବୈଷୟିକ ଓ ଆବଶ୍ୟକ ପରାମର୍ଶ ଗ୍ରହଣ କରି କାର୍ଯ୍ୟାରମ୍ଭ କରାଯାଉଛି । କାର୍ଯ୍ୟକ୍ରମ ସଫଳ ହେଲେ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ଏହାର ପ୍ରଚଳନ କରାଯିବ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାତ ପ୍ରକଳ୍ପ ନିର୍ଦ୍ଦେଶକ ଶିନ୍ଦେ ଦତ୍ତାତ୍ରୟ ଭାଉସାହେବ କହିଛନ୍ତି । ଗତ ତିନିମାସ ପୂର୍ବରୁ ପଞ୍ଚାୟତ ଗୁଡିକରେ ଏଥି ନିମନ୍ତେ ଟ୍ରାଏଲ ବେସିସରେ କରାଯାଉଥିଲା । ଏହା ଦ୍ୱାରା ଗ୍ରାମାଞ୍ଚଳରେ ଅଳିଆ ଅବର୍ଜନା ସହିତ ମଳ ମୁକ୍ତ ହୋଇପାରିବ ବୋଲି ସେ କହିଥିଲେ । ଆଜି ଏହି ଚୁକ୍ତିନାମା କାର୍ଯ୍ୟକ୍ରମ ପ୍ରଥମେ ଛତ୍ରପୁର ବ୍ଲକର ଚମାଖଣ୍ଡି ପିଇଓ ଓ ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ହୋଇଥିଲା । ଏହିଅବସରରେ ସ୍ଥାନୀୟ ବିଡିଓ ସାରଦା ପ୍ରସନ୍ନ ପଣ୍ଡା, ଚମାଖନ୍ଡି ସରପଞ୍ଚ ସିଏଚ. ମନୋଜ କୁମାର ରେଡ୍ଡୀ, ପୂର୍ବତନ ସରପଞ୍ଚ ସୁସ୍ମିତା ପ୍ରଧାନ ଉପସ୍ଥିତ ଥଲେ । ପର୍ଯ୍ୟାୟକ୍ରମେ ହିଂଜିଳ ପୈାସ ପରିଷଦ ସହିତ ଦୁର୍ବନ୍ଦ ଗ୍ରାମପଞ୍ଚାୟ ଏବଂ ଶେଷରେ ବ୍ରହ୍ମପୁର ମହାନୀଗମ ସହିତ ରଙ୍ଗେଇଲୁଣ୍ଡା ବ୍ଲକର ବ୍ଲକର କନିସି ଏବଂ କୁକୁଡାଖଣ୍ଡି ବ୍ଲକର ଲୋଚାପଡା ଏବଂ ନିମଖଣ୍ଡି ପଂଚାୟତ ମଧ୍ୟରେ ଏମଓୟୁ ହୋଇଥିଲା । ଏଥିରେ ପିଇଓ ଏବଂ ସମସ୍ତ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ସଂପର୍କରେ ପ୍ରାରମ୍ଭ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶିନ୍ଦେ ଦତ୍ତାତ୍ରୟ ଭାଉସାହେବ, ବ୍ରହ୍ମପୁର ମହାନଗର ନୀଗମ କମିସନର ଡଃ. ସିଦ୍ଧେଶ୍ୱର ବଳିରାମ ବନ୍ଦୋର , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶ ଜ୍ୟୋତି ଶଙ୍କର ରାୟ, ସିପିଆର ସଂସ୍ଥା ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।