ଗଞ୍ଜାମ ଜିଲ୍ଲାର ୮୧ ପ୍ରତିଶତ ଗ୍ରାମାଞ୍ଚଳ ଗ୍ରୀନ୍ ଜୋନ୍ରେ ରହିଛି
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଗଞ୍ଜାମ ଜିଲ୍ଲାରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେହିପରି ଦୈନିକ ୩ରୁ ୪ ଜଣଙ୍କର କରୋନାରେ ମୃତ୍ୟୁ ଘଟୁଛି। ଜିଲ୍ଲାରେ ପ୍ରତିଦିନ ୨ଶହରୁ ଊର୍ଦ୍ଧ୍ୱ କରୋନା ପଜିଟିଭ ଚି଼ହ୍ନଟ ହେବାରେ ଲାଗିଛନ୍ତି। ଅପରପକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ଗ୍ରାଫ୍ ପ୍ରସ୍ତୁତକରି କରୋନା ସଂକ୍ରମଣ ସମ୍ପର୍କରେ ଏକ ଭିନ୍ନ ହିସାବ ବୁଝାଇଛନ୍ତି। ତାଙ୍କ ପକ୍ଷରୁ ଟୁଇଟ୍ ମାଧ୍ୟମରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ୮୧ ପ୍ରତିଶତ ଗ୍ରାମାଞ୍ଚଳ ଗ୍ରୀନ୍ ଜୋନ୍ରେ ରହିଛି। ବିଡିଓ ଓ ତାଙ୍କ ଟିମ୍ମାନଙ୍କ ଅକ୍ଲାନ୍ତ ପ୍ରଚେଷ୍ଟା ଓ କାର୍ଯ୍ୟ ଯୋଗୁ ଏହା ସମ୍ଭବ ହୋଇପାରିଛି। ଗତ ସପ୍ତାହରୁ ଏଥିରେ ଉନ୍ନତି ଆସିଛି। ଏଥିପାଇଁ ବିଡିିଓ ଓ ତାଙ୍କ ଷ୍ଟାଫ୍ଙ୍କୁ ଜିଲ୍ଲାପାଳ ସାଲୁଟ୍ ଜଣାଇଛନ୍ତି। ଜିଲ୍ଲାରେ ସମୁଦାୟ ୩୦୫୩ ଟି ଗାଁ ରହିଛି। ସେଥିରୁ ୨୪୮୨ଟି ଗାଁ ଗ୍ରୀନ୍ ଜୋନରେ ଥିବାବେଳେ ୫୭୧ ଟି ଗାଁ ରେଡ୍ ଜୋନରେ ରହିଛି। ଗ୍ରୀନ ଜୋନରେ କେହି କରୋନା ଆକ୍ଟିଭ ପଜିଟିଭ ନ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।


