ଗଞ୍ଜାମ ଜିଲ୍ଲା ଆଦିବାସୀ (କନ୍ଧ) ସମାଜର ମହାସଭା ଅନୁଷ୍ଠିତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କେଶପୁର ଗ୍ରାମରେ ଗଞ୍ଜାମ ଜିଲ୍ଲା ଆଦିବାସୀ (କନ୍ଧ) ସମାଜର ମହାସଭା ଅନୁଷ୍ଠିତ ଶନିବାର ହୋଇଯାଇଛି l ରବିବାର ଦ୍ୱିତୀୟ ଦିନ ମହା ସଭାରେ ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର, ଉପାଧ୍ୟକ୍ଷା ରିଙ୍କି ନାୟକ, ଏସ. ଗୋପାଳପୁର ସରପଞ୍ଚ ସୁମିତ୍ରା ନାୟକ, ବ୍ଲକ ବିଜେଡି ସଭାପତି ନୀଳ ମାଧବ ରାଉତ ଯୋଗ ଦେଇଥିଵା ବେଳେ ଗଞ୍ଜାମ ଜିଲ୍ଲା ଆଦିବାସୀ ସମାଜର ସଭାପତି ଶରତ ମଳିକ, ଉପସଭାପତି ବିଭୀଷଣ ମଳିକ, କାଯ୍ୟକାରୀ ସଭାପତି ନାରାୟଣ ମଳିକ ମଞ୍ଚାସିନ ଥିଲେ l ସମସ୍ତ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା କରାଯିବା ପରେ କନ୍ଧ ସମାଜର କିଛି ନୃତ୍ୟ ପରିବେଷଣ କରିଥିଲେ l ଗଞ୍ଜାମ ଜିଲ୍ଲା ଆଦିବାସୀ (କନ୍ଧ) ସମାଜ 1970 ମସିହାରେ ଗଠିତ ହୋଇଥିଲା l ସାନଖେମୁଣ୍ଡି ଅଞ୍ଚଳରେ ବହୁ ଆଦିବାସୀ ଗ୍ରାମ ଅଛି ଆଜି ବି ଉକ୍ତ ଗ୍ରାମ ଗୁଡିକ ରେ ରାସ୍ତା ନାହିଁ, ଶିକ୍ଷା ର ବ୍ୟବସ୍ଥା ନାହିଁ, ପାନୀୟ ଜଳର ବ୍ୟବସ୍ଥା ନଥିବା ହେତୁ ସହ ଜଙ୍ଗଲ ଜମି ପଟ୍ଟା ସହ ଆଦିବାସୀ ଭାଇ ମାନେ ନାନା ପ୍ରକାର ଅସୁବିଧା ର ସମ୍ମୁଖୀନ ହେଉଥିବା କର୍ମକର୍ତ୍ତା ସାଂସଦ ନିକଟରେ ଜଣାଇଥିଲେ l ଆଦିବାସୀ ଗ୍ରାମ ଗୁଡିକରେ ଯାହା ସମସ୍ୟା ରହିଛି ସେ ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତି କରାଇ ସମାଧାନ କରାଯିବ ଏବଂ ଆଗାମୀ ଦିନରେ ପାର୍ଲିଆମେଣ୍ଟରେ ଉପସ୍ଥାପନ କରି ଆପଣଙ୍କର ମୌଳିକ ଅଧିକାର ପାଇବେ ବୋଲି ସାଂସଦ କହିଛନ୍ତି l ସମାଜରେ ଶିକ୍ଷା ଓ ନାରି ଶିକ୍ଷା ର ଅଗ୍ରଗତି ସମ୍ବନ୍ଦେ, ବାଲ୍ୟ ବିବାହ ନକରିବା ପାଇଁ ଆଲୋଚନା କରାଯାଇଥିଲା l ଏହି କାଯ୍ୟ କ୍ରମରେ କାଯ୍ୟକାରୀ ସଭାପତି ନାରାୟଣ ମଳିକ, କାଯ୍ୟକାରୀ ସମ୍ପାଦକ ସୁଦାମ ମଳିକ, କାଯ୍ୟକାରୀ ସହ ସମ୍ପାଦକ ପ୍ରକାଶ ଚନ୍ଦ୍ର ମଳିକ, କୋଷଧକ୍ଷ କୈଳାଶ ମଳିକ, ଧରାକୋଟ ଘୁମୁସର ତାଲୁକା ସଭାପତି ସୁଦାମ ମଳିକ, ଉପ ସଭାପତି ବିଦ୍ୟାଧର ମଳିକ, ସାନଖେମୁଣ୍ଡି ତାଲୁକା ସଭାପତି ସୁଦାମ ମଳିକ, ଉପସଭାପତି ବାଞ୍ଛାନିଧି ମଳିକ, ମହୁରୀ ତାଲୁକା ସଭାପତି ବିକ୍ରମ ମଳିକ, ଉପସଭାପତି ଚରଣ ମଳିକ, ବଡଖେମୁଣ୍ଡି ସଭାପତି କାଳୁ ଚରଣ ମଳିକ, ଉପସଭାପତି ସିମାଞ୍ଚଳ ମଳିକ, ଚିକିଟି ତାଲୁକା ସଭାପତି କୃଷ୍ଣ ଚନ୍ଦ୍ର ମଳିକ, ଉପସଭାପତି ବାନାମଳି ମଳିକ, ମହୁରୀ ତାଲୁକା ସଭାପତି ରାମଚନ୍ଦ୍ର ମଳିକ, ଉପସଭାପତି ବିଷୁନୁ ମଳିକ, ସୋରଡ଼ା ତାଲୁକା ସଭାପତି ଗୋବିନ୍ଦ ମଳିକ, ଉପସଭାପତି ପିତାବସ ମଳିକ ଙ୍କ ସମେତ ହଜାର ହଜାର କନ୍ଧ ସମାଜର ପୁରୁଷ ମହିଳା ଉପସ୍ଥିତି ଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ