ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଛତ୍ରପୁର, (ଦେବଦତ୍ତ ମହାରଣା):ପ୍ରଦେଶ କଂଗ୍ରେସ ଭବନରେ କର୍ମୀମାନଙ୍କୁ ଆକ୍ରମଣ ଘଟଣାର ବିଚାର ବିଭାଗୀୟ ତଦନ୍ତ ଏବଂ ଦୋଷୀ ପୁଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ଭଳି ଅପରାଧିକ ମାମଲା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ। ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଗତ ୧୦ରେ ବିଧାନସଭା ମୁହାଁ ହୋଇଥିବା ଛାତ୍ର କଂଗ୍ରେସ କର୍ମୀଙ୍କୁ ପୁଲିସ୍‌ର ମାଡ଼ ଘଟଣାକୁ ନେଇ କଂଗ୍ରେସ ମଙ୍ଗଳବାର ରାଜ୍ୟର ସମସ୍ତ ଆରକ୍ଷୀ କାର୍ଯ୍ୟାଳୟ ଘେରାଉ କରିବା ନିମନ୍ତେ ନିର୍ଦେଶ ରହିଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା କଂଗେସ କମିଟି ପକ୍ଷରୁ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱ ରେ ଦଳୀୟ ନେତା ଓ କର୍ମୀ ମାନେ ଛତ୍ରପୁର ଠାରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଓଡିଶାର ମହାମହିମ ରାଜ୍ୟପାଳଙ୍କ ଏକ ଉଦେଶ୍ୟରେ ସ୍ମାରକ ପତ୍ର ଗଞ୍ଜାମ ଏସପି ବ୍ରିଜେଶ କୁମାର ରଏ ଙ୍କୁ ପ୍ରଦାନ କରିଛନ୍ତି । ଏଥିରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗେସ ନେତା ତଥା ରାଜ୍ୟ ଅନୁସୂଚିତ ଜାତି ସେଲ ର ସଂଯୋଜକ ଭାଗିରଥି ବେହେରା, ଆଇନଜୀବୀ ବାବୁ ନାହାକଙ୍କ ସମେତ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ l ସୁରକ୍ଷା କୁ ଦୃଷ୍ଟି ରେ ଗଞ୍ଜାମ ଆରକ୍ଷୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୁଇଜଣ ଅତିରିକ୍ତ ଏସପି, ଦୁଇଜଣ ଡ଼ିଏସପି, ଛଅ ଜଣ ଇନିସପେକ୍ଟର ଓ ଦୁଇ ପ୍ଲାଟୁନ ପୋଲିସ ମୁତୟନ ରହିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ