ଗଞ୍ଜାମ ଜିଲ୍ଲା ଗୋପାଳ ସମାଜର କର୍ମକର୍ତ୍ତା ଚୟନ ; କାଳୀଚରଣ – ସଭାପତି , ପ୍ରେମାନନ୍ଦ ସମ୍ପାଦକ

ଦିଗପହଣ୍ଡି, (ଓ୍ବାଇଏନ୍ଏସ୍) :ଗଞ୍ଜାମ ଜିଲ୍ଲା ଷୋହଳଖଣ୍ଡ ଗୋପାଳ ସମାଜ ପରିଚାଳନା ପରିଷଦର ନୂତନ କର୍ମକର୍ତ୍ତା ଚୟନ ନିମନ୍ତେ  ପରିବର୍ଦ୍ଧିତ ଆଲୋଚନା ସଭା  ଅନୁଷ୍ଠିତ ହୋଇଯାଇଛି।  ଦିଗପହଣ୍ଡି  ତାଲୁକା  ଗୋପାଳ ସମାଜ  ସଭା ଗୃହ ରେ ଆୟୋଜିତ ସଭାରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ପୂର୍ବତନ ଜିଲ୍ଲା ଉପସଭାପତି ହନୁ ଗୌଡ ଅଧ୍ୟକ୍ଷତା କରିଥିଲେ। ଗୋପାଳ ସମାଜ ଜିଲା ପରିଚାଳନା ପରିଷଦର ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଥିଲା।   ଜିଲା ସଭାପତି ଭାବେ କାଳୀଚରଣ ଗୌଡ, କାର୍ଯ୍ୟକାରୀ ସଭାପତି – ପର୍ଶୁରାମ ଗୌଡ   ଉପସଭାପତି – ପିତାମ୍ବର ଗୌଡ, ବାବୁଲା ଗୌଡ, ବିଜୟ କୁମାର ଗୌଡ, ସାଧାରଣ ସମ୍ପାଦକ – ପ୍ରେମାନନ୍ଦ ମହାଙ୍କୁଡ, ଯୁଗ୍ମ ସମ୍ପାଦକ – ଅନ୍ତର୍ଯ୍ୟାମୀ ଗୌଡ, ସହ ସମ୍ପାଦକ – ରବି ଚନ୍ଦ୍ର ଗୌଡ, କୋଷାଧ୍ୟକ୍ଷ – ଗଣେଷ ମହାଙ୍କୁଡ ଏବଂ ସମୀକ୍ଷକ ଭାବେ ଶରତ ଚନ୍ଦ୍ର ଗୌଡ ଙ୍କୁ ସର୍ବସମ୍ମତକ୍ରମେ ନିର୍ବାଚିତ କରାଯାଇଥିଲା। ଆଇନଜୀବି ଅଭିମନ୍ୟୁ ଗୌଡ ଙ୍କୁ ଜିଲା ଗୋପାଳ ସମାଜ ର ଆଇନ ପରାମର୍ଶଦାତା ଭାବେ ମନୋନୀତ କରାଯାଇଥିବା ବେଳେ ହନୁ ଗୌଡ, ରାଧା ଗୋବିନ୍ଦ ଗୌଡ, ଭଗବାନ ଗୌଡ, ପଦ୍ମନାଭ ଗୌଡ ଙ୍କୁ  ଉପଦେଷ୍ଟା ଭାବେ ଚୟନ କରାଯାଇଥିଲା।ରାଧାକାନ୍ତ ମହାଙ୍କୁଡ, ଚିତ୍ରସେନ ଗୌଡ, କାର୍ଯ୍ୟକର୍ତ୍ତା ସନ୍ତୋଷ ଗୌଡ, ରାମହରି ଗୌଡ, କ୍ରିଷ୍ଣା ଗୌଡ, ମହନ୍ତର ଗୌଡ,ଖଗେଶ୍ବର ଗୌଡ ଙ୍କ ସମେତ ଗଞ୍ଜାମ ଜିଲା ଅଧିନ ବିଭିନ୍ନ ତାଲୁକା ର ବହୁସଂଖ୍ୟକ କାର୍ଯ୍ୟକର୍ତ୍ତା ସଭାରେ ଉପସ୍ଥିତ ଥିଲେ।ସଭାରେ ଗୋପାଳ ସମାଜ ର ଉନ୍ନତି ନିମନ୍ତେ ବିସ୍ତୃତ ଆଲୋଚନା କରାଯାଇ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଥିଲା। ଆଗାମୀ ଦିନରେ   ଗୋପାଳ ସମାଜ କୁ ସୁସଂଗଠିତ କରାଯିବା  ନିମନ୍ତେ ଆଗତ ପ୍ରସ୍ତାବ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା । ଶେଷରେ ସଂଘର ନବ ନିର୍ବାଚିତ ସଭାପତି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ