ଗଞ୍ଜାମ ଜିଲ୍ଲା ପରିଷଦର ଜଉଗଡ଼ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ମକା ମିଶନ ର ଆଞ୍ଚଳିକ କ୍ରେତା ବିକ୍ରେତା ସମ୍ମିଳନୀ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜ଼ିଲ୍ଲା ପରିଷଦର ଜଉଗଡ଼ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ମକା ମିଶନ ର ଆଞ୍ଚଳିକ କ୍ରେତା ବିକ୍ରେତା ମାନଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଅତିରିକ୍ତ ଜ଼ିଲ୍ଲାପାଳ ସୁଧାଂଶୁ କୁମାର ଭୋଇ ଅନୁଷ୍ଠାନିକ ଭାବେ ଏହି ସମ୍ମିଳନୀ କୁ ଉଦଘାଟନ କରିଥିଲେ l ଓଡିଶା ସରକାରଙ୍କ ମୁଖ୍ୟମନ୍ତ୍ରୀ ମକା ମିଶନ କୁ ବ୍ୟବସାୟୀ ତଥା ଚାଷୀଙ୍କ ପାଖରେ ପହଞ୍ଚାଇବା ଏହି ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ l ମକା ଚାଷୀଙ୍କ ଉତ୍ପାଦ କୁ କିଭଳି ଭାବରେ ବ୍ୟବସାୟୀ ଉଚିତ ମୂଲ୍ୟ ଦେଇ କିଣିବା, ମକା ଚାଷୀ କିଭଳି କୌଣସି ଠକାମୀର ଶିକାର ନହେବେ ତା ପ୍ରତି ଗୁରୁତ୍ୱ ଦେବା ଏଭଳି ବିଭିନ୍ନ ବିଷୟକୁ ଗୋଟିଏ ଜାଗାରେ କ୍ରେତା ଓ ବିକ୍ରେତା ମାନଙ୍କୁ ନେଇ ଆଲୋଚନା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ, ଗଜପତି, ରାୟଗଡା ଓ କନ୍ଧମାଳ ଜ଼ିଲ୍ଲାରୁ କୃଷି ବିଭାଗର ଅଧିକାରୀ, ମକା ଚାଷୀ ଓ ବ୍ୟବସାୟୀ ମାନେ ଯୋଗ ଦେଇଥୁଲେ l ଉକ୍ତ କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବି ନାରାୟଣ ପଣ୍ଡା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବି ନାରାୟଣ ପଣ୍ଡା , ଉପ ଉଦ୍ୟାନ କୃଷି ଅଧିକାରୀ କନ୍ଧ ଜେନା, ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର ହୃଷୀକେଶ ବେହେରା ,ଓରମାସ ର ଡେପୁଟି ସି ଇ ଓ ସତ୍ୟ ସୁନ୍ଦର୍ ଶିବରାମ ପାଇତାଲ, କୃଷି ଜିଲ୍ଲା ଅଧିକାରୀ କୁଳମଣି ବାରିକ, ମୁଖ୍ୟମନ୍ତ୍ରୀ ମକା ମିଶନର ରାଜ୍ୟ ସଂଯୋଜକ ରେଡିଶ କୁମାର ଯୋଗ ଦେଇ ନିଜର ଅଭିଭାଷଣ ରଖିଥିଲେ । କାର୍ଯ୍ୟକ୍ରମ କୁ ଆଞ୍ଚଳିକ ସଂଯୋଜକ ବିଶ୍ବରଂଜନ ପରିଡ଼ା ଏବଂ ସୂର୍ଯ୍ୟ ନାରାୟଣ ପ୍ରଧାନ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ