ଗଞ୍ଜାମ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଭାବେ ବିଜେଡିର ଏସ୍. ରାଜେଶ୍ୱରୀ ଦୋରା ନିଦ୍ୱର୍ନ୍ଦରେ ନିର୍ବାଚିତ
ଛତ୍ରପୁର, (ଦେବଦତ୍ତ ମହାରଣା) :ଗଞ୍ଜାମ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଭାବେ ରଙ୍ଗେଇଲୁଣ୍ଡା ୫୩ ନଂ ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟା ଏସ୍. ରାଜେଶ୍ୱରୀ ଦୋରା ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ପ୍ରସ୍ତାବକ ଭାବେ ୩ ନଂ ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟ ବି. ମନୋଜ ଦୋରା ଓ ୨ ନଂ ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟ ଅନିମା ପରିଡା ଏବଂ ସମର୍ଥକ ଭାବେ ୫୪ ନଂ ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟ ଦିପକ କୁମାର ସାମନ୍ତ ଓ ୧୧ ନଂ ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟା ସୋନମ୍ ପଲାଇଙ୍କ ସହ ଏସ୍. ରାଜେଶ୍ୱରୀ ଦୋରା ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ପଦବୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଜଣେ ମାତ୍ର ପ୍ରାର୍ଥୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ନିମନ୍ତେ ବିଜୁ ଜନତା ଦଳର ଜିଲ୍ଲା ପରିଷଦ ସଭ୍ୟା ଏସ୍. ରାଜେଶ୍ୱରୀ ଦୋରା କରିଥିବାରୁ ନିର୍ବାଚନ ଅଧିକାରୀ ତାଙ୍କୁ ନିଦ୍ୱର୍ନ୍ଦରେ ବିଜୟୀ ହୋଇଥିବା ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ଜିଲ୍ଲାର କୋଣ ଅନୁକୋଣରେ ପହଂଚାଇବା ନିମନ୍ତେ କାର୍ଯ୍ୟ ଜାରି ରହିବ ବୋଲି ନବନିର୍ବାଚିତ ଉପାଧ୍ୟକ୍ଷା ଶ୍ରୀମତି ଦୋରା କହିଛନ୍ତି । ଏହା ସହ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ, ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡଃ ଗୋପବନ୍ଧୁ ଦାସ, ବିଜେଡି ଗଞ୍ଜାମ ଜିଲ୍ଲା ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅଞ୍ଜଳୀ ସ୍ୱାଇଁଙ୍କ ସମେତ ଗଞ୍ଜାମ ଜିଲ୍ଲାର ଦଳୀୟ ସାଂସାଦ ଓ ବିଧାୟକ/ ବିଧାୟିକା ଓ ଜିଲ୍ଲା ପରିଷଦ ସଭ୍ୟ/ ସଭ୍ୟା ମାନେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ପ୍ରାରମ୍ଭରେ ଛତ୍ରପୁର ସ୍ଥିତ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ ଠାରେ ବିଜୁ ଜନତା ଦଳ ପକ୍ଷରୁ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟା ମାନଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ଅନୁମପଦନ ପତ୍ର ରେ ଲେଖାଯାଇଥିବା ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ପଦବୀ ନିମନ୍ତେ ଏସ୍ ରାଜେଶ୍ୱରୀ ଦୋରାଙ୍କ ନାମ ଘୋଷଣା କରିଥିଲେ । ଏହା ସହ ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ସଭ୍ୟ ଓ ସଭ୍ୟା ମାନଙ୍କ ନିମନ୍ତେ ଜାରି କରାଯାଇଥିବା ହୁଇପ୍ କୁ ପାଠ କରିଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡ. ଗୋପବନ୍ଧୁ ଦାଶ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ୱାଇଁ, ପୂର୍ବତନ ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ ଦେବୀ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣାଙ୍କ ସମେତ ବହୁ ନେତୃ ମଣ୍ଡଳୀ ଏସ୍. ରାଜେଶ୍ୱରୀ ଦୋରାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ । ପରେ ୫୩ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ଏସ୍. ରାଜକେଶ୍ୱରୀ ଦୋରା ଛତ୍ରପୁର ବିଧାୟିକା ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ନିଜ ପ୍ରସ୍ତାବକ ଓ ସମର୍ଥକ ମାନଙ୍କ ସହ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ପଦବୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।


