ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବେଲଗୁଣ୍ଠା ଗସ୍ତ; ବିଭିନ୍ନ କାର୍ଯ୍ୟର ସମୀକ୍ଷା

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ଆଜି ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ଦିନିକିଆ ବେଲଗୁଣ୍ଠା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରି ଫେରି ଯାଇଛନ୍ତି I ଶ୍ରୀ ସିନ୍ଧେ ଆଜି 12 ଘଣ୍ଟା 30 ମିନଟ୍ ସମୟରେ ବେଲଗୁଣ୍ଠାରେ ପହଞ୍ଚି ବ୍ଳକ୍ ର ମନେରଗା ଯୋଜନା, ମତ୍ସ୍ୟ ବିଭାଗ,ସମାଜ ମଙ୍ଗଳ କାର୍ଯ୍ୟକ୍ରମ ଉପରେ ଏକ ରିଭ୍ୟୁ ମିଟିଂ କରି ଏଗୁଡ଼ିକର ପ୍ରଗତି ବିଷୟରେ ସମ୍ପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ I ଗୋବରା ଏବଂ ବେଣୀପଲ୍ଲୀ ପଞ୍ଚାୟତର କିଛି କାର୍ଯ୍ୟ ଧିମେଇ ଯାଇଥିବାରୁ ସେଗୁଡ଼ିକୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଅଧିକାରୀମାନଙ୍କୁ ତାଗିଦ୍ କରିଥିଲେ I ଆଜିର କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର, ଏବିଡ଼ିଓ ପୂର୍ଣ୍ଣ ଚନ୍ଦ୍ର ପାଢୀ, ଡ଼ିପିଓ ଖାଦାନଖଦାଳ ମଲିକ୍, ଏପିଓ ସଞ୍ଜୟ କୁମାର ସ୍ୱାଇଁ, ପିଇଓ ରଶ୍ମିତା ବରାଳ, ଆସିଷ୍ଟାଣ୍ଟ ଇଞ୍ଜିନିୟରି ଗିରିଧାରୀ ବେହେରା, ଡବ୍ଲୁଇଓ ପ୍ରିୟବ୍ରତ ଦଣ୍ଡପାଟ୍ଟଙ୍କ ସମସ୍ତ କନିଷ୍ଠ ଯନ୍ତ୍ରୀ ଏବଂ ପଂଚାୟତ ଅଧିକାରୀ ମାନେ ଉପସ୍ଥିତ ଥି଼ଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ