ଗଞ୍ଜାମ ଜିଲ୍ଲା ବିଏଫଟିଙ୍କ ସାଧାରଣ ବୈଠକ ଓ କର୍ମକର୍ତା ମନୋନୀତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲା ବିଏଫଟି ମାନଙ୍କ ଏକ ସାଧାରଣ ବୈଠକ ରବିବାର ସ୍ଥାନୀୟ ବ୍ଳକ ନୁଆଁ ବୁରୁପୋଡ଼ା ପଂଚାୟତ ସ୍ଥିତ ମା’ ଶ୍ୟାମଳାଇ ମନ୍ଦିର ପରିସରରେ ପ୍ରତାପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକରେ ବିଏଫଟି ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଗ୍ରାମାଂଚଳର ଜବକାର୍ଡ଼ଧାରୀ ମାନେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କିପରି ୧୦୦ ଦିନର କାମ ପାଇପାରିବେ ଏବଂ ପ୍ରତ୍ୟେକ ବ୍ଳକରେ କିପରି ଅଧିକରୁ ଅଧିକ ଶ୍ରମ ଦିବସ ସୃଷ୍ଟି କରାଯାଇପାରିବ ସେ, ନେଇ ଗୁରୁତ୍ୱ ଦେବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ପରିଶେଷରେ ସର୍ବସମ୍ମତି କ୍ରମେ କର୍ମକର୍ତା ମନେନେୀତ କରାଯାଇଥିଲା । ସଭାପତି ଭାବେ ବୃନ୍ଦାବନ ଗୌଡ଼, ଉପସଭାପତି ବିନୋଦ ପ୍ରଧାନ, ସମ୍ପାଦପ ପି. ସିମାଂଚଳ, ସହ ସମ୍ପାଦକ ଅଶ୍ୱିନି କୁମାର ସାହୁ, କୋଷାଧ୍ୟକ୍ଷ ଲାଲ ମୋହନ ପ୍ରଧାନ, ଉପଦେଷ୍ଟା ପ୍ରଦୀପ କୁମାର ଜେନା ଓ ଆଇନ ପରାମର୍ଶ ଦାତା ଭାବେ ବାଙ୍କନିଧି ବେହେରାଙ୍କୁ ମନେନେୀତ କରାଯାଇଥିଲା । ଆୟୋଜିତ ବୈଠକରେ ଗଂଜାମ ଜିଲ୍ଲାର ସମସ୍ତ ବ୍ଳକର ଶତାଧିକ ବିଏଫଟି ଅଂଶ ଗ୍ରହଣ କରିଥିଲେ । ଦୂର୍ଯ୍ୟଧନ ଦାଶ, ବିକ୍ରମ ମହାପାତ୍ର, ପ୍ରକାଶ ଦାସ, ଶିବରାମ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ